ଜେଇଇ ମେନ୍ ପରୀକ୍ଷାରେ ଷଷ୍ଠ ସ୍ଥାନରେ ସୋରଡା ଆଦର୍ଶ ବିଦ୍ୟାଳୟର ଛାତ୍ର, ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ସୋରଡା(କେନ୍ୟୁଜ୍): ଓଡିଶା ଆଦର୍ଶ ବିଦ୍ୟାଳୟ ଗ୍ରାମଞ୍ଚଳ ପିଲାଙ୍କ ଜୀବନ ଶୈଳୀ ବଦଳାଇଦେଇଛି । ଗ୍ରାମଞ୍ଚଳରେ ରହୁଥିବା ଅଭିଭାବକ ମାନଙ୍କ ପାଖରେ ସେମାନଙ୍କ ପିଲାଙ୍କୁ ଇଙ୍ଗ୍ଲିସ୍ ମିଡିୟମ ସ୍କୁଲ କିମ୍ବା ଉନ୍ନତ ମାନର ସ୍କୁଲରେ ଅଧିକ ଟଙ୍କା ଖର୍ଚ୍ଚ କରି ପଢାଇବାକୁ ସମ୍ବଳ ନଥାଏ । ତେଣୁ ଓଡିଶା ମୁଖ୍ୟମନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତି ବ୍ଲକରେ ଖୋଲି ଗ୍ରାମଞ୍ଚଳର ପିଲାଙ୍କ ଶିକ୍ଷାର ବୃଦ୍ଧି କରିଛନ୍ତି । ତାହାର ଜ୍ଵଳନ୍ତ ଉଦାହରଣ ସୋରଡା ଆଦର୍ଶ ବିଦ୍ୟାଳୟ ।

ଏହି ବିଦ୍ୟାଳୟର ଛାତ୍ର ଶୁଭମ ପ୍ରସାଦ ଗୌଡ ଜେଇଇ ପରୀକ୍ଷାରେ ଓଡିଶାରେ ଥିବା ସବୁ ଆଦର୍ଶ ବିଦ୍ୟାଳୟର ଛାତ୍ର ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇ ଅଞ୍ଚଳ ତଥା ସୋରଡା ପାଇଁ ଗୌରବ ଆଣିଛନ୍ତି । ଶୁଭମ ଗୌଡଙ୍କ ବାପା ଭୈରବୀ ଗୌଡ ଷ୍ଟେଟ ବ୍ଯାଙ୍କରେ ମେସେଞ୍ଜର ରୂପେ ସ୍ୱଳ୍ପ ଦରମା ପାଇ କାମ କରନ୍ତି । ମା ବିଷ୍ଟୁ ପ୍ରିୟା ଗୌଡ ଗୃହିଣୀ ଅଟନ୍ତି । ସୋରଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲି ଶୁଭମଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି । ଶୁଭମ ସପ୍ତମ କ୍ଲାସରୁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରି +2 ସାଇନ୍ସ ପର୍ଯ୍ୟନ୍ତ ପାଠ ପଢି ଜେଇଇ ପରୀକ୍ଷାରେ ୯୧.୮% ରଖି ଆଜି ସାରା ଓଡିଶାରେ ଷଷ୍ଠ ସ୍ଥାନ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ସୂଚନା ଥାଉକି ସେ ମଧ୍ୟ +2 ସାଇନ୍ସ ରେ ୯୧% ରଖି ଆଦର୍ଶ ବିଦ୍ୟାଳୟରେ ପ୍ରଥମ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.