ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ବାତିଲ୍‌ ହେବ କି ଦଶମ ଶ୍ରେଣୀ ପରୀକ୍ଷା। ଜୁନ୍‌ ପ୍ରଥମ ସପ୍ତାହର ସ୍ଥିତି ଦେଖି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ସେନେଇ ତର୍ଜମା କରାଯାଉଛି। ପରୀକ୍ଷା ବାତିଲ୍‌ ହେଲେ କିଭଳି ମାର୍କ ମିଳିବ ସେନେଇ ସମୀକ୍ଷା କରାଯାଉଛି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଯାଇ ଧାରଣା ଦେଇଥିଲେ। ନବୀନ ନିବାସ ପୂର୍ବରୁ ଯାଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିଜର ଦାବି ଜଣାଇଥିଲେ। CBSE ଭଳି ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିଲେ ୫୦ରୁ ଅଧିକ ଛାତ୍ରଛାତ୍ରୀ। କୋଭିଡ୍‌ ସଂକ୍ରମଣ ପାଇଁ ଦଶମ ପରୀକ୍ଷା ସ୍ଥଗିତ ରହିଛି।

Leave A Reply

Your email address will not be published.