Below header

ଯାଜପୁର: NC କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ,  ପ୍ରତିବାଦ କରି ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ: ଯାଜପୁର ନରସିଂହ ମହାବିଦ୍ୟାଳୟ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧକରି ଛାତ୍ର ଅଶାନ୍ତି । ଶତାଧିକ ଛାତ୍ର ଛାତ୍ରୀ ଗେଟ ବନ୍ଦକରି ତାଲାପକାଇ ନିଯୁକ୍ତ ଅଧ୍ୟାପକ ପ୍ରଦିପ ବେହୁରିଆଙ୍କୁ ନିଳମ୍ବିତ କରିବାକୁ ଦାବି କରିଛନ୍ତି । ଛାତ୍ର ଛାତ୍ରୀଙ୍କ ଅଭିଯୋଗ ପୂର୍ବରୁ ୨ ବର୍ଷ ତଳେ ଏହି ଅଧ୍ୟାପକ କଲେଜରେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କଲେଜର ଛାତ୍ର ଛାତ୍ରୀଙ୍କ ସହ କଲେଜର ଅଧ୍ୟାପକ ମାନଙ୍କୁ ଖରାପ ବ୍ୟାବହାର ପଦର୍ଶନ କରିଥିଲେ । ତେଣୁ ତାଙ୍କୁ କଲେଜରୁ ଅତିଥି ଅଧ୍ୟାପକ ପଦରୁ ବହିଷ୍କାର କରାଯାଇଥିଲା । ଚଳିତ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଯାଜପୁର ଲୋକସଭା ଆସନରୁ ପତିଦ୍ୱନ୍ଦ୍ବିତା କରୁଥିଲେ । ତେଣୁ କିଭଳି କେଉଁ ପରିସ୍ଥିତିରେ ପ୍ରିନ୍ସିପାଲ ତାଙ୍କୁ ପୂର୍ନବାର ନିଯୁକ୍ତି ଦେଲେ ତାକୁ  ନେଇ ପଶ୍ନ ଉଠାଇଛନ୍ତି ଛାତ୍ର ଛାତ୍ରୀ । ଯଥାଶିଘ୍ର ତାଙ୍କୁ ବହିଷ୍କାର କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନି ଦେଇଛନ୍ତି । ସେପଟେ କଲେଜ କମିଟି ସହ ଆଲୋଚନା କରାଯାଇ ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ ପ୍ରିନ୍ସିପାଲ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.