ରେଲୱେର ନୂଆ ନିୟମ: ବିନା ବିଲରେ ଜିନିଷ ମିଳିଲେ, ଯାତ୍ରୀ ଦେବେନି ପଇସା

ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଆରମ୍ଭ କରିଛି। ଏହି ନିୟମ ମୁତାବକ, ରେଲୱେ ଷ୍ଟେଶନ କିମ୍ବା ଟ୍ରେନ୍ ଭିତରେ ଜିନିଷ କିଣିବା ଉପରେ ବିଲ୍ ନ ମିଳିଲେ, ଯାତ୍ରୀଙ୍କୁ କୌଣସି ବି ପଇସା ଦେବାକୁ ହେବନି। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଗୁରୁବାର ଟୁଇଟ୍ କରି ଏହି ବିଷୟରେ ଘୋଷଣା କରିଛନ୍ତି।

‘ନୋ ବିଲ୍ ନୋ ପେମେଣ୍ଟ’ ନିୟମ ଲାଗୁ
ରେଲୱେ ‘ନୋ ବିଲ୍ ନୋ ପେମେଣ୍ଟ’ ନୀତି ଲାଗୁ କରି ଦେଇଛି। ଏହାଦ୍ବାରା ବିକ୍ରେତାମାନେ ଗ୍ରାହକମାନଙ୍କୁ ବିଲ୍ ଦେବା ଅନିବାର୍ଯ୍ୟ। ରେଲୱେ ପ୍ଲାଟଫର୍ମ କିମ୍ବା ଟ୍ରେନ୍ ଭିତରେ ଯଦି କୌଣସି ବିକ୍ରେତା ଆପଣଙ୍କୁ ବିଲ୍ ଦେବାକୁ ମନା କରିଦେଉଛନ୍ତି, ତା’ହେଲେ ତାଙ୍କୁ ଆଉ ପଇସା ଦେବାର କୌଣସି ଆବଶ୍ୟକତା ନାହିଁ।

ଏହାସହ ପଢ଼ନ୍ତୁ: ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଯାତ୍ରୀଙ୍କୁ ମିଳିବ ଲାଭ
ଏହି ନିୟମ ଲାଗୁ ହେବା ଦ୍ବାରା ଯାତ୍ରୀମାନଙ୍କୁ ବହୁତ ବଡ଼ ଲାଭ ମିଳିବ ବୋଲି ଆଶା ରଖାଯାଇଛି। ବର୍ତ୍ତମାନ ଯାତ୍ରା ସମୟରେ ଜିନିଷ କିଣିବା ଉପରେ ବିକ୍ରେତାମାନେ ବିଲ୍ ଦେଉନାହାନ୍ତି। ସେମାନେ କେବଳ ଜିନିଷର ମୂଲ୍ୟ ନେଇଯାଆନ୍ତି, କିନ୍ତୁ କେବେ ବି ବିଲ୍ ଦିଅନ୍ତି ନାହିଁ। ଏମିତିରେ ଅନେକ କ୍ଷେତ୍ରରେ ଯାତ୍ରୀମାନଙ୍କୁ ଏହା ଅନୁଭବ ହୁଏ ଯେ ଜିନିଷର ପ୍ରକ୍ତ ମୂଲ୍ୟଠାରୁ ତାଙ୍କଠାରୁ ଅଧିକ ମୂଲ୍ୟ ନିଆଯାଉଛି। ତେଣୁ ଏବେ ନୂଆ ନିୟମ ଲାଗୁ ହେଲେ ଏଥିରେ ସ୍ବଚ୍ଛତା ଆସିବା ବୋଲି ରେଲୱେ ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.