ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ବିଭିନ୍ନ ସମସ୍ୟା ନେଇ ବାଲେଶ୍ୱର ପୋଲିସ ହାଇସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ

ବାଲେଶ୍ୱର : ସ୍କୁଲ ଆଗରେ ଅଭିଭାବକଙ୍କ ଧାରଣା । ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଧାରଣା ଦିଆଯାଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ପୋଲିସ ହାଇସ୍କୁଲରେ । ହାଇସ୍କୁଲରେ ବିଭିନ୍ନ ଅବ୍ୟବସ୍ଥା, ଅସ୍ୱାସ୍ଥ୍ୟକର ପରିବେଶ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅନିୟମିତତା ସମ୍ପର୍କରେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା । ଏନେଇ ଆଜି ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.