କୋରାପୁଟ: ଟିଣ ଆଜବେଷ୍ଟସ୍‌କୁ ଘୋଡ଼ାଇ ନିର୍ମାଣ କରାଯାଇଛି ସ୍କୁଲ, ଅସୁରକ୍ଷିତ ଭାବରେ ଚାଲିଛି ପାଠପଢ଼ା

କୋରାପୁଟ: ଟିଣ ଘର ଭିତରେ ପାଠପଢ଼ା। ଟିଣ ଆଜବେଷ୍ଟସ୍‌କୁ ଘୋଡ଼ାଇ ନିର୍ମାଣ କରାଯାଇଛି ସ୍କୁଲ ଘର। ଅସୁରକ୍ଷିତ ଭାବରେ ଚାଲିଛି ପାଠପଢ଼ା। ପାଦେ ପାଦେ ଏଠି ଅଛି ବିପଦ। ଇଏ ହେଉଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ବୋରିଗୁମ୍ମା ଅଞ୍ଚଳରେ ଥିବା ଚାନ୍ଦୁବେଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏଭଳି ଅସୁରକ୍ଷିତ ଭାବରେ ପାଠ ପଢୁଛନ୍ତି ସ୍କୁଲର ୪୦ରୁ ଅଧିକ। ଚାନ୍ଦୁବେଡ଼ା ସ୍କୁଲର ଏହି ଅବ୍ୟବସ୍ଥା କହୁଛି ରାଜ୍ୟର ଉପାନ୍ତ ଅଞ୍ଚଳରେ କିଭଳି ରହିଛି ଶୈକ୍ଷିକ ବାତାବରଣ। ସରକାରୀ ଅଧିକାରୀ କି ପ୍ରଶାସନର ବୋଧେ ନଜର ପଡୁନି ଚାନ୍ଦୁବେଡ଼ା ବିଦ୍ୟାଳୟ ଉପରେ। ସ୍କୁଲର ସମସ୍ୟା ଓ ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଖୁବଶୀଘ୍ର ସେ ଚାନ୍ଦୁବେଡ଼ା ସ୍କୁଲ ପରିଦର୍ଶନ କରିବେ ଓ ପଦକ୍ଷେପ ନେବେ।

Leave A Reply

Your email address will not be published.