Below header

ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ବରଫ ପାତ ହେବ, ଓଡ଼ିଶାରେ ହଇରାଣ କରିବ ଗରମ ଓ କୁହୁଡ଼ି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଡିସେମ୍ବର ଅଧା ହେବାକୁ ବସିଲାଣି ହେଲେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯେମିତି ଶୀତ ହେବା କଥା ହେଉନାହିଁ । ରାଜଧାନୀ ଭୁବନେଶ୍ୱର ସମେତ, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ତ ତାପମାତ୍ର ଏତେ ଯେ ଏହା ଡିସେମ୍ବର ମାସ ବୋଲି ବିଶ୍ୱାସ କରି ହେଉନାହିଁ । ତେବେ ଏହାର କାରଣ କଣ ? ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆରବ ସାଗରର ଦକ୍ଷିଣ-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଡିପ୍‌ ଡିପ୍ରେସନ୍‌ର ରୂପ ନେଇ ଏବେ ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ଏହା କେରଳ କୋଚି ଠାରୁ ୧୭୦୦ କିମି ଦୂରେ ରହିଛି । ଏହି ଡିପ୍‌ ଡିପ୍ରେସନ୍‌ ୧୦ ତାରିଖ ରାତିରେ ଭାରତରେ ପହଞ୍ଚିବ । ପ୍ରଭାବରେ ୧୦ ତାରିଖ ରାତିରୁ ହିମାଳୟ ପାର୍ବତ୍ୟାଞ୍ଚଳ, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେବ । ୧୨ ଓ ୧୩ ତାରିଖ ବେଳକୁ ଅଧିକ ବର୍ଷାର ସମ୍ଭାବନା ରହିଛି ।

ସେହିପରି ୧୩ ଓ ୧୪ ତାରିଖ ବେଳକୁ ବିହାର, ଉତ୍ତର ପ୍ରଦେଶ, ହରିଆଣା ଓ ମଧ୍ୟ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ୧୧ ତାରିଖ ବେଳକୁ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ କୁଆପଥର ବର୍ଷା ଓ ତୁଷାର ପାତ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆନ୍ଧ୍ର ପ୍ରଦେଶ ଉପରେ ମଧ୍ୟ ବର୍ଷାର ପ୍ରଭାବ ରହିଛି ।

ଓଡ଼ିଶାରେ ଘନ କୁହୁଡ଼ି ଓ ତାପମାତ୍ରା ୩୦ ଡିଗ୍ରୀ

ଓଡ଼ିଶାରେ ଆଗାମୀ ୪୮ ଘଣ୍ଟା ଯାଏ ଘନ କୁହୁଡ଼ି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ବଢ଼ିବ । ଗତକାଲି ଭଳି ଆଜି ମଧ୍ୟ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୩୦ ଡିଗ୍ରୀ ସେଲସିୟସ୍‌ ରହିଛି । ତେବେ ୧୨ ଓ ୧୩ ତାରିଖ ବେଳକୁ କିଛି ଜିଲ୍ଲାରେ ବର୍ଷା ହୋଇ ପାରେ । ଏହାପରେ ପୁଣି ତାପମାତ୍ରାରେ ପରିବର୍ତ୍ତନ ହୋଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.