ସୁନା ନୁହେଁ ପିଆଜ ଚୋରି କରିବାକୁ ଯାଇ ଦୁର୍ଘଟଣାର ନାଟକ ରଚିଲେ ଟ୍ରକ୍ ଡ୍ରାଇଭର ଓ ସହଯୋଗୀ, ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ତାଭାରେକେରେ ପୋଲିସ

ବେଙ୍ଗାଲୁରୁ: ପିଆଜର ଦର ସୁନା ଭଳି ଅମୂଲ ମୂଲ ହୋଇଛି। ଫଳରେ ସୁନା ନୁହେଁ ପିଆଜ ଚୋରି କରିବାକୁ ପଛେଇ ନାହାନ୍ତି ଟ୍ରକ ଡ୍ରାଇଭର। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ। ୟଶୱନ୍ତପୁରରୁ ଚେନ୍ନାଇ ପିଆଜ ଚାଲାଣ ହେଉଥିବା ବେଳେ ଟ୍ରକ ଡ୍ରାଇଭର ଓ ସହଯୋଗୀ ଏହାକୁ ଲୁଟିବାକୁ ଉଦ୍ୟମ କରି ଟ୍ରକ ଦୁର୍ଘଟଣାର ନାଟକ ରଚିଥିଲେ। ଟ୍ରକରେ ୮୧ବସ୍ତା ପିଆଜ ଥିଲା, ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା।

onionତେବେ ତୁମାକୁର ଜିଲ୍ଲାର ତାଭାରେକେରେ ଠାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ଏହାକୁ ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କର ଏନେଇ ସନ୍ଦେହ ଉପୁଜିଥିଲା। ପରେ ଅନ୍ୟ ଏକ ଗାଡ଼ିରେ ସେମାନେ ପିଆଜକୁ ଚିତ୍ରଦୁର୍ଗ ଜିଲ୍ଲାର ହିରିୟୁର ଚାଲାଣ କରୁଥିବା ଜଣାପଡ଼ିଥିଲା। ପରେ ଟ୍ରକ ଡ୍ରାଇଭର ଓ ତାଙ୍କ ସହଯୋଗୀ ପିଆଜ ଲୁଟିବାକୁ ଏଭଳି ନାଟକ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ତାଭାରେକେରେ ପୋଲିସ । ଗିରଫ ଅଭିଯୁକ୍ତ ମାନେ ଡ୍ରାଇଭର ସନ୍ତୋଷ କୁମାର, ସେଖ ଅଲ୍ଲୀ ଓ ତାଙ୍କ ଦୁଇ ପୁଅ । ମୁଖ୍ୟ ସନ୍ଦିଗ୍ଧ ଟ୍ରକ ମାଲିକ ଚେତନ ଏବେ ବି ଫେରାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.