Below header

ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଗେଟରେ ଝୁଲିଛି ତାଲା, ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ

ଇଂରାଜୀ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡାଙ୍କ ବଦଳି ଦ୍ୱାରା ପିଲାମାନଙ୍କ ପାଠ ପଢ଼ା ବ୍ୟାଘାତ ହେବ ବୋଲି ଅଭିଯୋଗ ହୋଇଛି ।

ବାଲେଶ୍ୱର (କେନ୍ୟୁଜ): ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିଟୁଆଣି ଗାଁର ଶମ୍ଭୁସୀତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମାତ୍ର ୬ଜଣ ଶିକ୍ଷକ ରହିଛନ୍ତି। ଇଂରାଜୀ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡାଙ୍କ ବଦଳି ହୋଇଛି । ଶିକ୍ଷକ ବଦଳି ଦ୍ୱାରା ପିଲାମାନଙ୍କ ପାଠ ପଢ଼ା ବ୍ୟାଘାତ ହେବ ବୋଲି ଅଭିଯୋଗ ହୋଇଛି । ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଏବେ ଶିକ୍ଷକଙ୍କ ବଦଳିହେଲେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ହେବବୋଲି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହିତ ସ୍କୁଲ ଗେଟରେ ତାଲା ପକାଇ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି।

ସମାଧାନ ନହେବାଯାଏ ଏଭଳି ଧାରଣାରେ ବସିବେ ବୋଲି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିବାବେଳେ ଅଭିଯୋଗ ପାଇ ଖଇରା ଏବିଓ ଗୌରାଙ୍ଗ ଚରଣ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି। ଗତକାଲି ଉକ୍ତ ବ୍ଲକ ଅଧିନ ଶ୍ରୀରାମପୁର ଗାଁରେ ଥିବା ଅନନ୍ତ ପ୍ରସାଦ ସରକାରୀ ହାଇସ୍କୁଲର ଇଂରାଜୀ ଶିକ୍ଷକ କିଶୋରୀ ଚରଣ ମହାନ୍ତିଙ୍କ ଅନ୍ୟତ୍ର ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀ ଅଭିଭାବକମାନେ ଧାରଣାରେ ବସିଥିଲେ। ଫଳରେ ମିଟୁଆଣି ସ୍କୁଲର ଇଂରାଜୀ ଶିକ୍ଷକଙ୍କୁ ସେଠାକୁ ବଦଳି କରାଯାଇଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.