ବାରିପଦା: ୬ କିଲୋମିଟର ଚାଲି ଚାଲି ଥାନାକୁ ଗଲେ ଇଞ୍ଜିନିୟରିଂ ଛାତ୍ର, ଅଜାଣତରେ ଷ୍ଟଡି ଲୋନ୍‌ ଉଠାଯାଇ ଥିବା ଅଭିଯୋଗ

ବାରିପଦା(କେନ୍ୟୁଜ୍): ଅଦଭୁତ ଅଭିଯୋଗ । ଏକ ଘରୋଇ କଲେଜର ଇଂଜିନିୟରିଂ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ ସେମାନଙ୍କ ନାଁରେ ବ୍ୟାଙ୍କରୁ ଷ୍ଟଡି ଲୋନ୍‌ ଉଠାଯାଇଛି । ଏହି ଅଭିଯୋଗ ନେଇ ସେମାନେ ରାତିରେ ଚାଲି ଚାଲି ପ୍ରାୟ ୬ କିଲୋମିଟର ଦୂର ଆସି ଥାନାରେ ଅଭିଯୋଗ କରିଛନ୍ତି । ବାରିପଦା ନିକଟ ଚିତ୍ରଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ଇଂଜିନିୟରିଂ କଲେଜର ଛାତ୍ରମାନେ ଗତକାଲି କଲେଜରୁ ଚାଲି ଚାଲି ଆସି ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।
ସେପଟେ ଛାତ୍ରମାନେ ଆଉ ଏକ ଅଭିଯୋଗ କରିଛନ୍ତି ଯେ ସେମାନେ ଗତକାଲି ବାରିପଦା ଆସିଥିଲେ । ସନ୍ଧ୍ୟାରେ ଫେରିବା ପରେ ସେମାନଙ୍କୁ କଲେଜ ଗେଟ୍‌ ଭିତରେ ଆଉ ପୂରାଇ ଦିଆଗଲା ନାହିଁ । ତେଣୁ ସେମାନେ ପୁଣି ଚାଲି ଚାଲି ଆସି ଥାନାରେ ପହଞ୍ଚିଥିଲେ । ପୋଲିସ୍‌ ସେମାନଙ୍କୁ ବୁଝାସୁଝା କରୁଛି । ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ପିଲାମାନେ ଗତକାଲି ଦିନ ପ୍ରାୟ ୧୧ଟାରୁ କାହାକୁ କିଛି ନକହି କଲେଜରୁ ପଳାଇ ଯାଇଥିଲେ । ତେଣୁ ସେମାନେ ଫେରିବା ପରେ ଶାସ୍ତି ସ୍ୱରୂପ ସେମାନଙ୍କୁ କଲେଜରେ ପୂରାଇ ଦିଆଯାଇ ନଥିଲା । ସମ୍ପୂର୍ଣ୍ଣ ଘଟଣାକୁ ନେଇ ପୋଲିସ୍‌ ଅବଗତ ପରେ ସାମାଧାନ ପାଇଁ ଚେଷ୍ଟା ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.