ଶାହାଜାହାନଙ୍କ ବେଗମ ମାନଙ୍କ ଆରାମ ସ୍ଥଳୀ ‘ଶିଶ ମହଲ’କୁ ବି ଦିଆଯିବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଦୁନିଆର ସବୁଠୁ ସାତୋଟି ଆଶ୍ଚର୍ଯ୍ୟଜନକ ସ୍ତମ୍ଭ ମଧ୍ୟରୁ ‘ତାଜ ମହଲ’ ଅନ୍ୟତମ । କିନ୍ତୁ ଏହା ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଏକ ମାତ୍ର ପ୍ରେମର ନୁହେଁ । ନିଜର ସୌଖିନ ଗୁଣ ପାଇଁ ଖ୍ୟାତି ଅର୍ଜନ କରିଥିବା ମୁଗଲ ସମ୍ରାଟ ଶାହାଜାହାନ ନିଜର ସବୁଠୁ ପ୍ରିୟ ବେଗମ ମମତାଜଙ୍କ ସ୍ମୃତିରେ ତ ଏହାକୁ ନିର୍ମାଣ କରିଥିଲେ । କିନ୍ତୁ ଅନ୍ୟପକ୍ଷେ ନିଜର ଆଉ ଜଣେ ବେଗମ ଏଜୁନିସାଙ୍କ ପାଇଁ ଆଉ ଏକ ସ୍ମୃତି ସ୍ତମ୍ଭ ଶିଶମହଲ ତିଆରି କରିଥିଲେ । ବିଗତ କେତେବର୍ଷ ଧରି ଦିଲ୍ଲୀର ଶାଲିମାର ବାଗ ସ୍ଥିତ ଏହି ସ୍ତମ୍ଭଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଦିଲ୍ଲୀର ଏହି ସ୍ଥମ୍ଭ ଟିକୁ ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ଉପ ରାଜ୍ୟପାଳ ଅନିଲ ବୈଜଳଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏହାକୁ ପୁନଃନିର୍ମାଣ କରିବାକୁ ଲାଗିପଡ଼ିଛି । ଦିଲ୍ଲୀ ଡେଭଲପମେଣ୍ଟ ବୋର୍ଡ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହ ଅନ୍ୟାନ କେତେକ ବିଭାଗ ଏହାକୁ ବିକଶିତ କରିବା ପାଇଁ ଜୋରସୋର ଲାଗିପଡିଛନ୍ତି । ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି । ପ୍ରାରମ୍ଭିକ ସ୍ତରରେ ଏହାର କାର୍ଯ୍ୟ ମଧ୍ୟ ଅରମ୍ଭ ହୋଇଯାଇଛି ।

ଶିଶ ମହଲ ପଛର କାହାଣୀ:

ମୁଗଲ ସମ୍ରାଟ ଶାହାଜାହାନ ନିଜ ବେଗମ ଏଜୁନିସାଙ୍କ ପାଇଁ ଏହି ମହଲ ଟିକୁ ୧୬୩୯ ମସିହାରେ ହିଁ ବନାଇଥିଲେ । କୁହାଯାଏକି ଗରମ ଦିନ ମାନଙ୍କରେ ନିଜ ବେଗମ ମାନଙ୍କ ସହ କିଛି ସମୟ ଅତିବାହିତ କରିବା ପାଇଁ ହିଁ ଶାହଜାହାନ ଏଠାକୁ ଆସିଥାନ୍ତି । ଶାହଜାହାନଙ୍କ ପୁଅ ଆଉରଙ୍ଗଜେବ ମଧ୍ୟ ଦିନର ବହୁ ସମୟ ଏଠାରେ ବିତାଇଥାନ୍ତି ।

ଗତ ଅଗଷ୍ଟ ମାସ ୨୮ ତାରିଖରେ ଉପ ରାଜ୍ୟପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ କମିଟି ଗଠନ କରି ଏଥିପାଇଁ ନିଷ୍ପତି ନେଇଥିଲେ । କମିଟି ଆସନ୍ତା ୨୦୨୦ ମସିହା ଡିସେମ୍ବର ମାସ ସୁଦ୍ଧା ଏହି କାମକୁ ପୂରଣ କରିବାକୁ ଲକ୍ଷ ରଖିଛନ୍ତି । ଦିଲ୍ଲୀ ଦେଭଲୋପମେଣ୍ଟ ଅଥରିଟି ଓ ଏଏସଆଇ ମିଳିତ ଭାବେ ଏହି ପର୍ଯ୍ୟଟନ ସ୍ଥଳ ଟିକୁ ବିକାଶ କରିବେ । ସ୍ଥଳୀ ଟିକୁ ବିକାଶ କରି ସେଠାରେ ଏକ ବିରାଟ ପ୍ରବେଶ ଦ୍ୱାର ମଧ୍ୟ ତିଆରି କରାଯିବ ଯାହା ଦ୍ଵାରା କି ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସେତେଟା ଅସୁବିଧା ଭୋଗିବାକୁ ପଡିବ ନାହିଁ । ଆସନ୍ତା ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ ଟିକୁ ପୁରା କରିବା ପାଇଁ ସମୁଦାୟ ୧୫ କୋଟି ଟଙ୍କାର ଏକ ବଜେଟ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦ ଏକର ସ୍ଥାନରେ ତିଆରି ଏହି ପାର୍କର ଏହି ସ୍ଥାନଟିର ଚାରି ପାର୍ଶ୍ୱରେ ଏକ ପାଚେରୀ ତିଆରି କରାଯିବ ।

ଏହା ସହ ପଢନ୍ତୁ:

ଦୁନିଆର ୫ଟି ସ୍ଥାନ, ଯାହା ସ୍ୱର୍ଗଠାରୁ ମଧ୍ୟ ଅଧିକ ସୁନ୍ଦର 

ଏଥିପାଇଁ ସରକାରଙ୍କ ତରଫରୁ ଏକ ଟେଣ୍ଡର ମଧ୍ୟ ପ୍ରସ୍ତୁତ କରାଯାଇଛି । ଡ଼ିଡ଼ିଏ ତରଫରୁ ପାର୍କଟିକୁ ଆକର୍ଷଣୀୟ ମଧ୍ୟ କରାଯିବା ନେଇ ଲକ୍ଷ ରଖାଯାଇଛି । ଏଥି ପାଇଁ ପାର୍କରେ ଛୋଟ ଛୋଟ ତିନୋଟି ପୋଖରୀ ମଧ୍ୟ ତିଆରି କରାଯିବ । ଯାହା ଦ୍ୱାରାକି ଦର୍ଶକ ଙ୍କୁ ପ୍ରାକୃତିକ ପରିବେଶର ଅନୁଭବ ହେବ । ଏହାବାଦ ଗାଡି ପାର୍କିଙ୍ଗ ପାଇଁ ସୁବିଧା ସୁଯୋଗ,ପିଲାଙ୍କ ପାଇଁ ଖେଳର ସୁବିଧା, ବୃକ୍ଷ ରୋପଣ, ସୌର ଶକ୍ତିର ବିକାଶ ପାଇଁ ମଧ୍ୟ ଉଦ୍ୟମ କରାଯିବ । ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଏଠାରେ ଏକ ରେଷ୍ଟରୁରଣ୍ଟ, ଓ ଆଉ ଏକ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.