ବିଗ୍‌ ବସ୍‌-୧୩ ରେ କାହାର ପୋଲ୍‌ ଖୋଲିବାରେ ନଜର ଆସିବେ ଅମିଷା ପଟେଲ, ଦେଖନ୍ତୁ ପ୍ରୋମୋ ଭିଡିଓ

ରିୟାଲିଟି ସୋ’ ବିଗ୍‌ ବସ୍‌-୧୩ ସିଜିନ୍‌ ଆସନ୍ତା ସେପ୍ଟେମ୍ବର ୨୯ରେ ଟେଲିକାଷ୍ଟ ହେବାକୁ ଯାଉଛି। ଏହା ମଧ୍ୟରେ ସଲମାନ ଖାନ୍‌ ବିଗ୍‌ ବସ୍‌ ର ଚମତ୍କାରୀ ଏକ୍ସପ୍ରେସନ ଲଞ୍ଚ କରିଛନ୍ତି। ରିପୋର୍ଟ ଅନୁଯାୟୀ ମୁମ୍ବାଇର ଅଧେରୀ ୱେଷ୍ଟରେ ଡିଏନ ନଗର ସ୍ଥିତ ମେଟ୍ରୋ କର୍ପୋରେସନ ୟାର୍ଡ ରେ ବିଗ୍‌ ବସ୍‌ ର ପ୍ରେସ୍‌ ମିଟ୍‌ ରଖାଯାଇଥିଲା। ଏହି ସମୟରେ ସଲମାନଙ୍କର ସ୍ୱତନ୍ତ୍ର ଭାବନା ନଜର ଆସିଥିଲା। ସୋ’  ଆରମ୍ଭ ହେବା ପାଇଁ ମାତ୍ର ଆଉ କିଛି ଦିନ ବାକି ରହିଥିଲେ ବର୍ତ୍ତମାନ ଏହାର ପ୍ରୋମୋ ଭିଡିଓ ସେୟାର କରାଯାଉଛି। ସେୟାର କରାଯାଇଥିବା ଭିଡିଓରେ ଅମିଷା ପଟେଲ୍‌ ନଜର ଆସିଛନ୍ତି। ଅମିଷା ବିଗ୍‌ ବସ୍‌ ରେ ଏକ ସ୍ପେଶାଲ ରୋଲ ପ୍ଲେ କରିବାର ନଜର ଆସିବେ। ଏହାର କ୍ଲ୍ୟୁ ସେ ଭିଡିଓରେ ଦେଇଛନ୍ତି। ସେୟାର କରାଯାଇଥଇବା ଭିଡିଓରେ ଦେଖିବାକୁ ମିଳିଛି ଅମିଷା ପଟେଲ ତାଙ୍କ ହାତରେ ହଣ୍ଟର ଧରିଥିବାର ନଜର ଆସିଛନ୍ତି। ଏହି ସମୟରେ ସେ କହିଛନ୍ତି ବିଗ୍‌ ବସ୍‌ ରେ ସେ ଏଥର ଅନେକ ଲୋକମାନଙ୍କର ରାଜ୍‌ ଖୋଲିବେ ଏବଂ ସେ ଏହି କଥାକୁ ଓପେନିଙ୍ଗ୍‌ ଡେ ପାଇଁ ସସ୍‌ପେନ୍ସ କରି ରଖିଛନ୍ତି ବୋଲି କହିଛନ୍ତି।

https://www.instagram.com/p/B2wOccMHz60/?utm_source=ig_web_copy_link

ଏହାବ୍ୟତୀତ ସଲମାନ ଖାନ୍‌ ବିଗ୍‌ ବସ୍‌ରେ ରାଗିବାର ନଜର ଆସିଛନ୍ତି। କାରଣ ଫଟୋଗ୍ରାଫର ବାରମ୍ବାର ତାଙ୍କର ଫଟୋ ଉଠାଉଥିବାରୁ ତାଙ୍କୁ କାମ କରିବାରେ ଅସୁବିଧା ହେଉଥିବାରୁ ସେ ରାଗିଯାଇଥିଲେ। ରିପୋର୍ଟ ଅନୁଯାୟୀ ଏଥର ବିଗ୍‌ ବସ୍‌ ରେ ମାତ୍ର ୪ ସପ୍ତାହରେ ହିଁ ପ୍ରତିଯୋଗୀମାନଙ୍କୁ ଫାଇନାଲ ରାଉଣ୍ଡରେ ଦେଖିବାକୁ ସୁଯୋଗ ମିଳିବ।