Below header

ସୁବର୍ଣ୍ଣରେଖା ନଦୀ ଜଳସ୍ତର ବୃଦ୍ଧି, ବନ୍ୟା ପରିସ୍ଥିତି ସୃଷ୍ଟି

କେନ୍ଯୁଜ (ବ୍ଯୁରୋ):  ଫୁଲୁଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ଅତିକ୍ରମ କରିଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର। ଗତ ୩ ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତକାଲି ସୁଦ୍ଧା ୮ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଇଛି। ଫଳରେ ବଢୁଛି ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଙ୍କେତ ଛୁଇଁଛି। ଫଳରେ ବାଲିଆପାଳ, ଭୋଗରାଇ ଓ ଜଲେଶ୍ୱର ବ୍ଲକର ଶତାଧିକ ଗାଆଁ ଜଳମଗ୍ନ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.