ପାଟ୍ରୋଲିଂରେ ଯାଇ ରାସ୍ତାକଡରେ ଗାଡି ରଖି ଗଭୀର ନିଦ୍ରାରେ ଥାନା ଅଧିକାରୀ, ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ ?

 ଆଠଗଡ(କେନ୍ଯୁଜ):  କିଛିଦିନ ଧରି ଆଠଗଡ ଏବଂ ଆଖପାଖ ଅଞ୍ଚଳରେ ଚୋରି, ରାଜହାନୀ ଭଳି ଅନେକ ଅପରାଧ ବଢ଼ିବାରେ ଲାଗିଛି। STF ଟିମ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ମାଦ୍ରକ ଦ୍ରବ୍ୟ ଜବତ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ସହିତ ରାତ୍ରି ପାଟ୍ରୋଲିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆଠଗଡ ବ୍ଳକ ଅନ୍ତର୍ଗତ ଖୁଣ୍ଟୁଣି ଥାନା ଅଧିନ ଆରତୀ ଫାଣ୍ଡି ଅଧିକାରୀ ହରିହର ବେହେରା ରାତ୍ରି ପାଟ୍ରୋଲିଂରେ ଯାଇ ରାସ୍ତା କଡରେ ଗାଡି ରଖି ଗାଡି ମଧ୍ୟରେ ଗଭୀର ନିଦ୍ରା ଶୋଇଥିଲେ। କେବଳ ସେତିକି ନୁହେଁ ଗାଡିର ଡ୍ରାଇଭର ଏବଂ ଜଣେ କନେଷ୍ଟବଳ ମଧ୍ୟ ଗାଡିମଧ୍ୟରେ ଗଭୀର ନିଦ୍ରାରେ ଶୋଇଥିଲେ। ନିଦ୍ର ର ପରିମାଣ ଏତେ ଅଧିକ ଥିଲା ଯେ କ୍ୟାମେରା ଲାଇଟ ପଡିଲା ପରେ ମଧ୍ୟ ଗଭୀର ନିଦ୍ରାରେ ବାବୁ ମାନଙ୍କର ଭାଙ୍ଗି ନଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ପୋଲିସ ପ୍ରଶାସନ ସାଧାରଣ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ କେତେ ତତ୍ପର ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.