ପୁଣି ଚର୍ଚ୍ଚା ସୃଷ୍ଟି କଲେ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲଢ଼େଇରେ ସେ ପୂର୍ବରୁ ସାମିଲ ଥିଲେ । ସମସ୍ତଙ୍କୁ ଜଣାଉଥିଲେ ଓଡ଼ିଶାରେ କରୋନା ସ୍ଥିତି ବିଷୟରେ । ହେଲେ ଆଜି ନିଜର ବଦାନ୍ୟତା ଦେଖାଇଛନ୍ତି ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଅଢ଼େଇ କୋଟି ଟଙ୍କା ।
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ଦୀର୍ଘ ଦିନ ଧରି ଓଡ଼ିଶାର କୋଭିଡ୍ ପରିସ୍ଥିତି ଏବଂ ସରକାରଙ୍କ ଯୋଜନା ବିଷୟରେ ପ୍ରତିଦିନ ଅପରାହ୍ନ ସାଢ଼େ ୪ଟାରେ ଟେଲିଭିଜନ୍ ପରଦାରେ ଆସୁଥିଲେ ବାଗଚି । ତାଙ୍କ ସୂଚନା ଦେବାର ଶୈଳୀ ଏବଂ ବର୍ଣ୍ଣନାକୁ ବେଶ୍ ପସନ୍ଦ କରିଥିଲେ ରାଜ୍ୟବାସୀ । ତାଙ୍କୁ ଶୁଣିବାକୁ ଲୋକେ ଚାହିଁ ବସୁଥିଲେ । ଖୁବ୍ କମ୍ ଦିନ ଭିତରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ସୁବ୍ରତ ବାଗଚି ।

ତେବେ ଗତ କିଛି ଦିନ ହେବ ଆଉ ତାଙ୍କୁ ଦେଖିବାକୁ ନମିଳିବାରୁ ବାଗଚି କୁଆଡ଼େ ଗଲେ ବୋଲି ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚା ଭିତରେ ସେ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ସେ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ୨ କୋଟି ୫୦ ଲକ୍ଷ ଟଙ୍କା ଦାନ କରି ଓଡ଼ିଶା ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଏହି ଅର୍ଥ ବଲାଙ୍ଗିର ଜିଲ୍ଲାରେ ଖର୍ଚ୍ଚ ହେବ ବୋଲି ସେ ଟ୍ଵିଟ୍ କରି ଜଣାଇଛନ୍ତି । ଗତ ବର୍ଷ ମଧ୍ୟ ଫନି ବାତ୍ୟା ବେଳେ ସେ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.