Below header

ସନ୍‌ ଫାର୍ମାର ଦାବି : ୧୦ ଦିନରେ ଭଲ ହେବ କରୋନା, ଏହି ମେଡିସିନ୍‌ର ପରୀକ୍ଷଣ ଦ୍ୱିତୀୟ ସୋପାନରେ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ନେଇ ଭାରତୀୟ ଗବେଷକ ଦେଲେ ଖୁସି ଖବର । ଶେଷ ସୋପାନରେ ଭାରତୀୟ ମେଡିସିନ୍‌ର ପରୀକ୍ଷଣ । ସବୁ ଯଦି ଠିକ୍‌ ରୁହେ, ମାତ୍ର ୧୦ ଦିନରେ ହେବ କରୋନା ରୋଗର ସଫଳ ଚିକିତ୍ସା । ଏମିତି ଦାବି କରିଛି ସନ୍‌ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ।

କରୋନା ଭାଇରସ୍‌ର ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ବିଶ୍ୱର ଅନେକ ଦେଶ କରୋନା ଭାଇରସ୍‌ର ମେଡିସିନ୍‌ ଉଦ୍ଭାବନ ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ହେଲେ ଏଯାଏ କୈାଣସି ଦେଶ କରୋନା ଉପରେ ମେଡିସିନ୍‌ ବାହାର କରିବାକୁ ସଫଳ ହୋଇ ପାରି ନାହାନ୍ତି ।

SUN FARMA.JPG-1

ଭାରତ ମଧ୍ୟ କରୋନା ମେଡିସିନ୍‌ ଖୋଜ୍‌ରେ ତା’ର ଗବେଷଣା ଜାରି ରଖିଛି । ଏହି ସମୟରେ ଭାରତର ସନ୍‌ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଏକ ଗଛରୁ ଉତ୍ପନ ଅର୍କ ଏକ୍ୟୁସିଏଚ୍‌କୁ ନେଇ ଏକ ମେଡିସିନ୍‌ ତିଆରି କରିବାକୁ ଯାଉଛି । ଯେଉଁଥିରେ କରୋନା ରୋଗର ଚିକିତ୍ସା କରାଯାଇ ପାରିବ ।

ଏହି ମେଡିସିନ୍‌ର ପରୀକ୍ଷଣ ଏବେ ଦ୍ୱିତୀୟ ସୋପାନରେ ପହଞ୍ଚିଛି ବୋଲି କମ୍ପାନୀ ପକ୍ଷର ଶୁକ୍ରବାର ଘୋଷଣା କରାଯାଇଛି । ଦେଶର ମେଡିସିନ୍‌ ନିୟାମକ ଖାଦ୍ୟ ଏବଂ ଔଷଧ ମହାନିୟନ୍ତ୍ରକ(ଏଫ୍‌ଡିଏ) ପକ୍ଷରୁ ସନ୍‌ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀକୁ ଏହି ଔଷଧ ନିର୍ମାଣ କରିବାକୁ ଅନୁମତି ମିଳିଛି ।

SUN FARMA.JPG-3

ଯାହା ଫଳରେ କମ୍ପାନୀ ପରୀକ୍ଷଣ ଜାରି ରଖିଛି । ଦେଶର ୧୨ଟି କେନ୍ଦ୍ରରୁ ପ୍ରାୟ ୨୧୦ ଜଣ ରୋଗୀଙ୍କ ଉପରେ ଏହି ମେଡିସିନ୍‌ର ପରୀକ୍ଷଣ କରାଯିବ । ରୋଗୀଙ୍କର ଚିକିତ୍ସା ଅବଧୀ ୧୦ ଦିନ ରହିବ । ଏହି ପରୀକ୍ଷଣର ଫଳାଫଳ ଅକ୍ଟୋବର ମାସ ସୁଦ୍ଧା ଆସିଯିବ ବୋଲି କମ୍ପାନୀ ପ୍ରକାଶ କରିଛି ।

ଏହି ଏକ୍ୟୁସିଏଚ୍‌ର ବ୍ୟବହାର ଡେଙ୍ଗୁ ରୋଗ ପାଇଁ କରାଯାଇ ସଫଳତା ମିଳିଛି । ଏଥିରେ ଭୁତାଣୁ ନିରୋଧକ ପ୍ରଭାବ ରହୁଥିବାରୁ କରୋନା ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଭଲ କାମ କରିବ ବୋଲି କମ୍ପାନୀ କହିଛି । ମାନବ ଶରୀର ଉପରେ ଏକ୍ୟୁସିଏଚ୍‌ର ସୂରକ୍ଷା ଅଧ୍ୟୟନ ପୂର୍ଣ୍ଣ ହୋଇ ସାରିଛି ।

SUN FARMA.JPG-2

ଏହାର ଦ୍ୱିତୀୟ ଚରଣ ପରୀକ୍ଷଣ ମଧ୍ୟ ସୁରକ୍ଷିତ ଥିବା ଜଣାଯାଇଛି । ତେବେ ଯଦି ଏହାର ଶେଷ କ୍ଲିନିକାଲ୍‌ ଟ୍ରାଏଲ୍‌ ସଫଳ ହୁଏ ତେବେ କରୋନା ଭାଇରସ୍‌ ଉପରେ ଏକ ଅମୋଘ ଅସ୍ତ୍ର ଭାବେ କାମ କରିବ ବୋଲି ସନ୍‌ କମ୍ପାନୀ କହିଛି ।

ନିକଟରେ ସ୍ପେନ୍‌ର ଗବେଷକମାନେ ମଧ୍ୟ ୬ ହଜାରରୁ ଉର୍ଦ୍ଧ୍ୱ ମେଡିସିନ୍‌ ଉପରେ ବିଶ୍ଲେଷଣ କରି ଦୁଇଟି ଏପରି ମେଡିସିନ୍‌ର ସୁରାକ୍‌ ପାଇଛନ୍ତି । ଯାହାକି କରୋନା ଭାଇରସ୍‌ ଚିକିତ୍ସାରେ ସହାୟକ ହୋଇ ପାରିବ । ଏହି ମେଡିସିନ୍‌ ଦୁଇଟିର ନାମ କାରପ୍ରୋଫେନ୍‌ ଏବଂ ସେଲେକାଙ୍ଗସିବ୍‌ ।

SUN FARMA.JPG-34JPG

ଇଣ୍ଟରନେସ୍‌ନାଲ୍‌ ଜର୍ଣ୍ଣଲ୍‌ ଅଫ୍‌ ମୋଲିକୁଲାର ସାଇନ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଦୁଇଟି ମେଡିସିନ୍‌ ଏଣ୍ଟି ଇନ୍‌ଫ୍ଲାମେଟ୍ରି ଡ୍ରଗ୍ସ । ଏଥିରୁ ଗୋଟିଏ ମଣିଷ ଉପରେ ଓ ଅନ୍ୟଟି ପଶୁଙ୍କ ଉପରେ ବ୍ୟବହାର ହୋଇଥାଏ ।

ଏହି ମେଡିସିନ୍‌ କରୋନା ଭାଇରସ୍‌ର ବଂଶ ବୃଦ୍ଧିକୁ ରୋକି ପାରିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । କେତେକ ଅନ୍ୟ ଦେଶରେ ମଧ୍ୟ କରୋନା ଭାଇରସ୍‌ ଉପରେ ଗବେଷଣା ଚାଲିଛି ।

ଯେଉଁଥିରେ ଏଚ୍‌ଆଇଭି ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏଣ୍ଟି- ରେଟ୍ରୋଭାଏରାଲ ଓ ଲେପିନୋଭିର ମେଡିସିନ୍‌ ଉପରେ ମଧ୍ୟ ପରୀକ୍ଷର ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିରେ ସହଯୋଗ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.