୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି, ଜୁଲାଇ ୨୦ ସୁଦ୍ଧା ନାମଲେଖା ସାରିବାକୁ ନିର୍ଦ୍ଦେଶ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟ ସ୍କୁଲ ଓ ଗଣ ଶକ୍ଷା ବିଭାଗ ୨୦୨୦-୨୧ ଶିକ୍ଷା ବର୍ଷର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆଡମିଶନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଆଡମିଶନ ଚଳିତ ବର୍ଷ ଜୁଲାଇ ୨୦ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ସମୟ ସକାଳ ୭ଟାରୁ ସକାଳ ୯.୩୦ ମଧ୍ୟରେ ଆଡମିଶନ କରାଯିବ।

ଏହି ଆଡମିଶନ ସମୟରେ କେବଳ ପାଞ୍ଚ ଜଣଙ୍କୁ (ଛାତ୍ର କିମ୍ବା ଅଭିଭାବକ ଏବଂ ଶିକ୍ଷକ) ଅନୁମତି ଦିଆଯିବ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ଆଡମିଶନ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। କହିରଖୁଛୁ ଯେ ରାଜ୍ୟରେ ବଢିଚାଲିଥିବା କରୋନା ଆକ୍ରାନ୍ତ ଯୋଗୁଁ ଆଡମିଶନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.