Below header

ଆମ୍ବ ଖାଇବାକୁ ଯାଇ ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବାଲେଶ୍ୱର(କେନ୍ୟୁଜ୍): ଆମ୍ବ ଖାଇବାକୁ ଯାଇ ଗଲା ଦୁଇ ଜୀବନ । ପୋଖରୀରେ ବୁଡିଗଲେ ଦୁଇ ଭଉଣୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଳା ଖନ୍ତାପଡା ଥାନା ସାହସପୁର ଗାଁରେ । ମୃତକ ହେଲେ ମକିମ ଶାହାଙ୍କ ୧୧ ବର୍ଷର ଝିଅ ପରବିନ ଖାତୁନ ଏବଂ ତସଲିମ ଶାହଙ୍କ ୬ ବର୍ଷର ଝିଅ ନୟନା ଖାତୁନ । ଉଭୟ ଘର ନିକଟ ପୋଖରୀରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳିବାକୁ ଯାଇଥିଲେ । ତେବେ କୌଣସି କାରଣରୁ ନୟନା ପ୍ରଥମେ ପୋଖରୀରେ ବୁଡିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ପରବିନ ପ୍ରାଣ ହରାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସେହିଭଳି ଗତକାଲି କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖଣମ ଗାଁରେ ପାଣିରେ ବୁଡି ଦୁଇ ଯାଆଁଳା ଭାଇଙ୍କ ଜୀବନ ଚାଲିଯାଇଛି। ଦୁଇ ଯାଆଁଳା ଭାଇ ଖେଳିବା ପାଇଁ  ଗାଡିଆକୁ ନିକଟକୁ ଆସିଥିଲେ। ସେଠାରେ  ଦୁର୍ଘଟଣା  ବସତଃ ଦୁହେଁ ଗାଡିଆରେ ପଡିଯାଇଥିଲେ।ପରିବାର ଲୋକେ ଚାରିଆଡେ ଖୋଜାଖୋଜା କରିଥିଲେ ମଧ୍ୟ ଦୁହିଁଙ୍କୁ କୋଉଠି ପାଇନଥିଲେ। ତେବେ ପୋଖରୀରେ ପଡିଯାଇଥିବା ସନ୍ଦେହ କରି ସାହିପଡିଶା ଦମକଳ ବାହନୀ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ପୋଖରୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.