Below header

ପରିବେଶ ଦିବସରେ ବାଇ ଚଢ଼େଇ ସୁରକ୍ଷା ପାଇଁ ଆହ୍ଵାନ

ନିଆଳି (କେ ନ୍ୟୁଜ୍‌) : ବିଶ୍ୱ ପରିବେଶ ଦିବସରେ ବାଇ ଚଢ଼େଇ ସୁରକ୍ଷା ପାଇଁ ଶପଥ । ପରିବେଶ ରକ୍ଷା, ବୃକ୍ଷ ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅଞ୍ଚଳରେ ଥିବା ‘ଓଡ଼ିଶା ବାୟା ଚଢ଼େଇ ସୁରକ୍ଷା ଅଭିଯାନ’ । ଏଠାକାର ହଳଦୀବସନ୍ତ ସ୍ଥିତ ଗୀତା ଆଶ୍ରମ ନିକଟ ପ୍ରାଚୀ ନଦୀ କୂଳରେ ରହିଛି ଅନେକ ତାଳଗଛ । ସେହି ସବୁ ଗଛରେ ବସା ବାନ୍ଧିଛନ୍ତି ବାୟା ଚଢ଼େଇ ।

BAI CHADHEI-1

ସଂଘର ସଦସ୍ୟମାନେ ଆଜି ସେଠାକୁ ଆସି ଏହି ବିରଳ ଚଢ଼େଇମାନଙ୍କ ଉଦ୍ଦେଶ୍ୟରେ ସମୂହ ଦୀପ ଦାନ କରିଥିଲେ । ଅଧିକ ତାଳଗଛ ରୋପଣ ଓ ବାୟା ଚଢ଼େଇଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ସଦସ୍ୟମାନେ ଆହ୍ଵାନ ଦେଇଥିଲେ । ସଂଗଠନର ସଭାପତି କଣ୍ଠଶିଳ୍ପୀ ସୁବାସ ଦାଶ, ଆତ୍ମର ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ସମେତ ଅନେକ ପରିବେଶବିତ୍‌ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.