Below header

ଏକାଥରକେ ୨୫ ଟି ସ୍କୁଲ୍‌ରେ ଶିକ୍ଷୟିତ୍ରୀଙ୍କ ଚାକିରି, ଦରମା ପାଇଛନ୍ତି କୋଟିଏ ଟଙ୍କା

ନୂଆଦିଲ୍ଲୀ : ଜଣେ ଶିକ୍ଷୟିତ୍ରୀ ଦରମା ପାଇଛନ୍ତି କୋଟିଏ ଟଙ୍କା । ତାହା ପୁଣି ମାତ୍ର ୧୩ ମାସରେ । ବିଶ୍ୱାସ ହେଉ ନଥିଲେ ବି ଘଟଣାଟି ସତ । ଏପରି ଘଟିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶ ମେନ୍‌ପୁରୀ ଗ୍ରାମର ମହିଳା ଅନାମିକା ଶୁକ୍ଳା ।

ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ କାମ କରନ୍ତି । ଏକା ଥରକେ ସେ ୨୫ ଟି ସ୍କୁଲରେ ଚାକିରି କରିଛନ୍ତି । ୧୩ ମାସରେ ୨୫ ଟି ସ୍କୁଲରୁ ସେ ପ୍ରାୟ ପାଖାପାଖି କୋଟିଏ ଟଙ୍କା ଦରମା ନେଇଛନ୍ତି । ଶିକ୍ଷୟିତ୍ରୀଙ୍କ ଡାଟା ବେସ୍‌ ପ୍ରସ୍ତୁତ କଲା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଫଳରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏବେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଅନାମିକା ଏକା ଥରେ ଅଲିଗଡ଼, ପ୍ରୟାଗରାଜ, ଆମ୍ବେଦକର ନଗର, ସହରାନ୍‌ପୁର, ବାଗପତ୍‌ ଭଳି ଏମିତି ୨୫ ଟି ସ୍କୁଲରେ ଶିକ୍ଷକତା କରୁଛନ୍ତି ।

ଏଠାରେ କଣ୍ଟାକ୍ଟ ଶିକ୍ଷକ ଭାବେ ନିଯୁକ୍ତି ହୋଇଥାନ୍ତି । ମାସିକ ଦରମା ଏମାନଙ୍କୁ ପ୍ରାୟ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ମଳିଥାଏ । ସବୁଠୁ ମଜା କଥା ହେଲା ଶିକ୍ଷୟିତ୍ରୀଙ୍କ ବାସ୍ତବିକ୍‌ ନିଯୁକ୍ତି କେଉଁଠି ଏଯାଏ ଜଣାପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.