ଭଞ୍ଜନଗର : ବେଆଇନ୍ ଗୁଟ୍‌ଖା କାରଖାନାରେ ପଶିଲା ପୋଲିସ୍, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଭଞ୍ଜନଗର (କେ ନ୍ୟୁଜ୍‌) : ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବେଆଇନ୍ ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଆଦି ଜବତ କରିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ୍ । ଲକ୍‌ଡାଉନ୍ ସମୟରେ ବେଆଇନ୍ ଭାବେ ଚଲିଥିବା ଏହି ଗୁଟଖା ତିଆରି କାରଖାନା ଉପରେ ପୋଲିସ୍ ଖବର ପାଇ ଚଢ଼ାଉ କରିଥିଲା । ଗାଙ୍ଗପୁର, ବାଲିସାହି ଏବଂ ବାଘୁଆପଲ୍ଲୀ ଗାଁର ତିନିଟି ତମାଖୁ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା । ଏହି ବେଆଇନ୍ କାମରେ ଲିପ୍ତ ୩ ଜଣଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.