ଟ୍ବିନ୍ ସିଟିର ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ସଟଡାଉନରେ ଗଡିବନି ‘ମୋ ବସ’

କେନ୍ୟୁଜ୍ (ବ୍ୟୁରୋ): ସଟଡାଉନରେ ବନ୍ଦ  ରହିବ ମୋ ବସ ସେବା। କାଲିଠାରୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ଜୁନ ମାସର ପ୍ରତି ଶନିବାର ଓ ରବିବାର ରାଜଧାନରରେ ଗଡିବନି ମୋ ବସ, ଅର୍ଥାତ ଏହି ମାସରେ   ଏହି  ସୂଚନା ଦେଇଛି ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ।

ରାଜ୍ୟରେ ବଢି ଚାଲିଥିବା  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି  ସମୟରେ କିଛି କଟକଣାକୁ  କୋହଳ କରାଯଇଥିଲା। ସଟଡାଉନ ସମୟରେ ବିଭିନ୍ନ ଜାଗାରେ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ ବୋଲି ପରିବହନ ବିଭାଗ ଅନୁମତି ଦେଇଥିଲା। କିନ୍ତୁ ଆଜି କଟକ ଭୁବନେଶ୍ବରରେ ଚାଲୁଥିବା ମୋ ବସ ସଟଉଡନ ଦିନ ଗୁଡିକରେ ଗଡିବ ନାହିଁ ବୋଲି  କ୍ରୁଟ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.