ନାମଞ୍ଜୁର ହେଲା ବେଲ୍ ସିଧା ଗଲେ ଜେଲ, ସୁଧାଂଶୁ ରାଉତ ଓ ରଞ୍ଜନ ବେହେରା ଗଲେ ବିଚାର ବିଭାଗୀୟ ହାଜତକୁ

କେନ୍ୟୁଜ୍(ବ୍ୟୁରୋ):  ଅଲିମ୍ପିଆନ ଦୂତୀଙ୍କ ମାମଲାରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ । ଜେଲ୍‌ ଗଲେ ଗିରଫ ୱେବ ପୋର୍ଟାଲ ଏଡିଟର ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରା । ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଜାମିନ ନାମାଞ୍ଜୁର କରିବା ପରେ ଦୁହିଁଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୁଧାଂଶୁ ନାଁରେ ଲମ୍ବୁଛି ଅଭିଯୋଗର ତାଲିକା ।

୨୦୧୬ରେ ଯାଜପୁର ମଙ୍ଗଳପୁର ଥାନା ଅଞ୍ଚଳରେ ସିବିଆଇ ଅଫିସର ପରିଚୟରେ ଲୁଟିଥିଲା ଟଙ୍କା। ଏମାନଙ୍କ ନାଁରେ କେହି ଅଭିଯୋଗ ଆଣିଲେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ସେପଟେ କାର୍ଯ୍ୟାନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରି ଓଡ଼ିସା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.