ପରଲୋକରେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ପରଲୋକରେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ। କୋଲକାତାର ଏକ ଘରୋଇ ହସ୍ପିଟାଲରେ ୮୫ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁକନ୍ୟା ଥିଲେ ସୁନନ୍ଦା। ସଂଗୀତ ନାଟକ ଏକାଡ଼େମୀ ଓ ଉତ୍କଳ ରତ୍ନ ସମ୍ମାନ ପାଇଥିଲେ ସୁନନ୍ଦା।  ଓଡ଼ିଶା ସଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଥିଲେ ସୁନନ୍ଦା।
ତେବେ ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଉଛି। କିଟ୍ କିସର ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ ଏବଂ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡା. ଇତି ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.