Below header

ଜଣେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀକୁ ଗିରଫ କରି ନେବା ଲାଗି ଆସିଲା ପିକ୍‌ଅପ୍‌ ଟ୍ରକ୍‌, ଓଜନ ଥିଲା ୨୫୦ କିଲୋ

ଇରାକର ମୋସୁଲରେ ISIS ଆତଙ୍କୀକୁ ଧରିବାକୁ ଯାଇଥିବା ସ୍ୱାଟ ଟିମ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଆତଙ୍କବାଦୀଙ୍କୁ ଏକ ରୁମ ଭିତରେ ବସିବାର ଦେଖିଥିଲେ । କାରଣ ଆତଙ୍କୀ ଜଣକ ପୋଲିସକୁ ଦେଖି ମଧ୍ୟ ଟିକିଏ ହଲି ପାରୁନଥିଲା । ସବୁଠାରୁ ବଡ଼କଥା ହେଉଛି ଏହି ଆତଙ୍କବାଦୀଙ୍କ ଓଜନ ଥିଲା ୨୫୦ କିଲୋ ଏବଂ ଯେତେବେଳେ ତାଙ୍କୁ ଗିରଫ କରାଗଲା ଜେଲକୁ ନେବାପାଇଁ ଏକ ପିକଅପ ଟ୍ରକର ଆବଶ୍ୟକତା ପଡିଥିଲା । ତେବେ ଆତଙ୍କିକୁ ପିକଅପ ଟ୍ରକରେ ନେଇଯିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କୁହାଯାଉଛି ଯେ ଆତଙ୍କବାଦୀ ଜଣକ ଓବିଶିଟିର ଶିକାର ହୋଇଥିଲେ ।

ISIS ଆତଙ୍କୀ ସିଫ ଅଲ ନିମା ଅବୁ ଅବଦୁଲ ବାରି ନାମରେ ମଧ୍ୟ ପରିଚିତ । ତେବେ ତାଙ୍କୁ ଇରାକର ସ୍ୱାଟ ଟିମ ପଶ୍ଚିମ ଇରାକରୁ ଗିରଫ କରିଛି । ISISର ଶୀର୍ଷ ନେତା ମାନଙ୍କ ମଧ୍ୟରୁ ଜଣେ ଜବ୍ବା ଦ ଜିହାଦୀ ନାମରେ ପ୍ରସିଦ୍ଧ ଏହି ଆତଙ୍କୀ ସୁରକ୍ଷାବଳ ବିରୋଧରେ ଭାଷଣ ଦେଇଥାନ୍ତି । ତେବେ ଯାଞ୍ଚ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ଏକ ଫତୱା ଜାରି କରିବା ସହିତ ଅବୁ ଅବଦୁଲ ବାରି ବିଦ୍ୱାନ ଏବଂ ମୌଲବୀମାନଙ୍କୁ ଫାଶୀ ଦେବାପାଇଁ ଆଦେଶ ଦେଇଥିଲା କାରଣ ସେମାନେ ISIS ସପକ୍ଷରେ ରହୁନଥିଲେ । ସୁରକ୍ଷାବଳର କହିବା ଅନୁଯାୟୀ ସହରର ଏକ ମସଜିଦକୁ ବ୍ଲାଷ୍ଟ କରି ଉଡାଇଦେବା ପାଇଁ ଅବୁ ବାରି ଏକ ଫତୱା ଜାରି କରିଥିଲେ । ତେବେ ଏହି ମସଜିଦକୁ ୨୦୧୪ ମସିହାରେ ISIS ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲା ଏବଂ ମୋସୁଲମାନଙ୍କୁ ନିଜ କବ୍ଜାରେ ନେଇଯାଇଥିଲା ।

Image result for 250 kg ISIS terrorist not in police van, taken in truck and taken away

ଆତଙ୍କୀ ଅବୁ ଅବଦୁଲ ବାରିଙ୍କ ଫଟୋ ସେୟାର କରିବା ସହିତ ଲଣ୍ଡନ ଥିଙ୍କ ଟ୍ୟାଙ୍କ କ୍ୟୁଲିୟମର ଫାଉଣ୍ଡର ଲେଖିଛନ୍ତି ଯେ ‘ତାଙ୍କର ଓଜନ ବହୁତ ଭାରି ଥିବାରୁ ସେ ପୋଲିସ ଭ୍ୟାନରେ ଆସିପାରିଲେ ନାହିଁ । ଯେଉଁଥିପାଇଁ ଏକ ପିକଅପ ଟ୍ରକ ଆଣିବାକୁ ପଡିଲା’ । ଏହାସହିତ ସେ ଲେଖିଛନ୍ତି ବଳତ୍କାର କରିବା, ଯାତନା ଦେବା, ଗୁଲାମ କରି ରଖିବା, ନରସଂହାର କରୁଥିବା ISIS ଆତଙ୍କୀ ନିଜ ଗୋଡ଼ରେ ଠିଆ ହେବାକୁ ମଧ୍ୟ ସମର୍ଥ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.