ସାତକୋଶିଆକୁ ଫେରିଲା ସୁନ୍ଦରୀ, ବନବିଭାଗ ଆଶ୍ୱସ୍ତ

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆକୁ ଫେରିଲା ସୁନ୍ଦରୀ। ବାଘୁଣୀ ଏବେ ସାତକୋଶିଆର କୋର ଏରିଆରେ ରହିଛି। ପୁରୁଣାକୋର୍ଟର ଭୃକୁଣ୍ଡି ଏବଂ ଛୋଟକେଇ ଅଞ୍ଚଳରେ ସୁନ୍ଦରୀ ଘୁରି ବୁଲୁଛି। କୋର୍‌ ଏରିଆକୁ ବାଗୁଣୀ ଆସିବା ପରେ ବନବିଭାଗ ଓ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି। ଏବେ ସୁନ୍ଦରୀ ବାଘ କାହ୍ନା ରହୁଥିବା ଅଞ୍ଚଳରେ ଥିବା ଜଣାପଡିଛି। ଫଳରେ ତାକୁ ଟ୍ରାଙ୍କୁଲାଇଜ୍‌ କରିବା ଆବଶ୍ୟକ ପଡିବ ନାହିଁ ବୋଲି ବନବିଭାଗ କହିଛି। ଗତ କିଛି ଦିନ ଧରି ସୁନ୍ଦରୀ ମଣିଷ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ। ସୁନ୍ଦରୀକୁ ଧରିବା ପାଇଁ ୱାଇଲ୍ଡ ଲାଇଫ୍ ଇଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆର ଟିମ୍‌ ଆସିଥିଲେ। ହେଲେ ଏବେ ସୁନ୍ଦରୀ ଫେରିଥିବାରୁ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.