ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ

ଢେଙ୍କାନାଳ(କେନ୍ଯୁଜ୍) : ୮ ଦଫା ଦାବିରେ ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ବିଜେପି ଯୁବ ମୋର୍ଚ୍ଚା ଭୁବନ ନଗର ମଣ୍ଡଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଭୁବନକୁ ସବଡିଭିଜନ ଘୋଷଣା, ଏନ୍ଏସିର ସମସ୍ତ ରାସ୍ତାର ମରାମତି, ପ୍ରଶସ୍ତିକରଣ ଓ ଅନନ୍ତପୁର ଛକରୁ ବାଟତାରିଣୀ ଛକ ପର୍ଯ୍ଯନ୍ତ ରାସ୍ତାକୁ କଂକ୍ରିଟ କରିବା ଆଦି ୮ ଦଫା ଦାବିରେ ଏହି ବନ୍ଦ କରାଯାଉଛି। କର୍ମୀମାନେ ପିକେଟିଂ କରି ୫୩ନମ୍ବର ଜାତୀୟ ରାଜପଥ ଅବରୋଦ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ସ୍କୁଲ, କଲେଜ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.