Below header

ଭୁବନେଶ୍ୱର ନୟାପଲ୍ଲୀରୁ ସୁପାରୀ କିଲର ଗିରଫ ମାମଲା: ମାଷ୍ଟରମାଇଣ୍ଡ ନକଲି ସାମ୍ବାଦିକ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀରୁ ୨ ସୁପାରୀ କିଲର ଗିରଫ ମାମଲାରେ ମିଲିଲା ନୂଆ ସୁରାକ । ନକଲି ସାମ୍ବାଦିକ ତଥା ମାଷ୍ଟରମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ପୋଲିସ । ତା ଠାରୁ କାର୍‌, ୫ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍‌ କାର୍ଡ ଓ ୨୦ଟି ମୋବାଇଲ ଜବତ ହୋଇଛି। ରାଜେନ୍ଦ୍ର ମଲ୍ଲିକ ସହ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତାକୁ ମାରିବା ପାଇଁ ସମ୍ପଦ ଓ ପ୍ରଶାନ୍ତକୁ କହିଥିଲା ରାଜେନ୍ଦ୍ର । ପୂର୍ବରୁ ରାଜେନ୍ଦ୍ରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଦିଲ୍ଲୀ ଏକ କମ୍ପାନୀ ନାଁରେ େଓ୍ଵବ  ସାଇଟ ଖୋଲି ଚାକିରୀ ଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲା । କମ୍ପାନୀ ପକ୍ଷରୁ ଥାନାରେ ଏତଲା ପରେ ରାଜେନ୍ଦ୍ରକୁ ଗିରଫ କରିଥିଲା ଦଲ୍ଲୀ ପୋଲିସ । ନଭେମ୍ବର ୨୮ ତାରିଖରେ ଦୁଇ ଜଣ ସୁପାରି କିଲରକୁ ଗିରଫ କରିଥିଲା କମିଶନରେଟ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.