Below header

ମାଲକାନଗିରି: ରୋଗ ଭଲ ପାଇଁ କାମୁଡା ଚିକିତ୍ସା, ଦେହ ସାରା କାମୁଡି କାମୁଡି ଚିକିତ୍ସା କରୁଛି ଗୁଣିଆ

ମାଲକାନଗିରି(କେନ୍ୟୁଜ୍): ରୋଗ ଭଲ କରିବା ପାଇଁ କାମୁଡା ଚିକିତ୍ସା । ଦେହ ସାରା କାମୁଡି କାମୁଡି ଚିକିତ୍ସା କରୁଛି ଗୁଣିଆ । ଏହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ହୃଦୟ ବିଦାରକ ବି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଉର୍ମାଗୁଡ଼ା ଗାଁରେ । ଗାଁର ଜଣେ ମହିଳା ଜ୍ୱରରେ ପୀଡ଼ିତ ଥିଲେ । ହେଲେ ପରିବାର ଲୋକେ ମେଡିକାଲ ନ ନେଇ ଗୁଣିଆ ପାଖକୁ ନେଇ ଥିଲେ । ଝଡାଫୁଙ୍କା କରିବା ସହ ଗୁଣିଆ ମହିଳାଙ୍କ ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ କାମୁଡିଥିଲେ । ଗୁଣିଆ କାମୁଡ଼ାରେ ଯନ୍ତ୍ରଣା ହେଉଥିଲେ ବି ରୋଗ ଭଲ ହେବା ଆଶାରେ ମହିଳା ଜଣକ ସହ୍ୟ କରି ଚାଲିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ଯନ୍ତ୍ରଣା ହେଲେ ଜ୍ୱର ଭଲ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.