ଅଲମ୍ପିକ ଗେମ୍ସରେ ଖୁବଶୀଘ୍ର ସାମିଲ ହୋଇପାରେ କ୍ରିକେଟ, ଆଇସିସି କରୁଛି ଯୋଜନା

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଅଲମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରିବାକୁ ପାଇଁ ଇଚ୍ଛା ପ୍ରକାଶ କରିଛି ଆଇସିସି। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ( ଆଇସିସି) କ୍ରିକେଟକୁ ୨୦୨୮ ଅଲମ୍ପକିରେ ସାମିଲ କରିବା ପାଇଁ ଚେଷ୍ଟା କରୁଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ମେରିଲବର୍ଣ୍ଣ କ୍ରିକେଟ କ୍ଲବ (ଏମସିସି)ର ଚେୟାରମ୍ୟାନ ମାଇକ ଗେଟିଂ ଏହା କହିଛନ୍ତି। ମାଇକ ଲର୍ଡସରେ ଆଇସିସିର ନୂତନ କାର୍ଯ୍ୟକାରୀ ଅଧିକାରୀ ମନୁ ସ୍ୱେନେଙ୍କ ସହିତ ଏହା ବିଷୟରେ କଥା ହୋଇଛନ୍ତି। ମାଇକ କହିଛନ୍ତି, ଆମେ ଦୁହେଁ ଏ ବିଷୟରେ କଥା ହେଉଛୁ, ଯଦି ସମ୍ଭବ ହୁଏ ତେବେ ୨୦୨୮ ଅଲମ୍ପିକ ଖେଳରେ କ୍ରିକେଟକୁ ଅଲମ୍ପିକ୍ସ ଗେମରେ ସାମିଲ କରାଯିବାକୁ ଯୋଜନା ମଧ୍ୟ ରଖିଛୁ। କେବଳ ଏତିକି ନୁହେଁ, ଆମେ୍ଭ ଦୃଢତାର ସହିତ କାମ ମଧ୍ୟ ଆରମ୍ଭ କରିଛୁ। ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ବିଶ୍ୱ କ୍ରିକେଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ନିକଟରେ ମହିଳା କ୍ରିକେଟକୁ Birmingham Commonwealth Games ସାମିଲ କରାଯିବା କଥା ଘୋଷଣା ହୋଇଥିଲା।

ସୂଚନାଯୋଗ୍ୟ, କ୍ରିକେଟ ଏସିଆନ ଗେମ୍ସ ଏବଂ ୧୯୯୮ କମନେଓ୍ଵଲଥ ଗେମ୍ସର ଅଂଶ ପୂର୍ବରୁ ରହିଆସିଛି। ୨୦୨୨ ରେ ହେବାକୁ ଥିବା Birmingham Commonwealth Games ରେ ମହିଳା କ୍ରିକେଟକୁ ସାମିଲ କରାଯାଇଛି। ତେଣୁ କରି ଖୁବଶୀଘ୍ର ପୁରୁଷ କ୍ରିକେଟକୁ ଅଲମ୍ପିକ୍ସ ଖେଳରେ ସାମିଲ କରିବାକୁ ପାଇଁ ଚେଷ୍ଟା ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.