Below header

ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ

ବଲାଙ୍ଗିର(କେନ୍ୟୁଜ୍): ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ । ଧସିଲା ମାଟି ଅତଡ଼ା । ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା । ବଡ଼ ବଡ଼ ପଥର ଧସିବା ସହ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା ପାଣି । ଏତେ ଜୋରରେ ପାହାଡ଼ ଉପରୁ ପାଣି ପ୍ରବାହିତ ହୋଇଥିଲା ଯେ, ଦେଖିଲେ ଭୟ ଲାଗିବ । କେହି କିଛି ବୁଝିବା ଓ ଦେଖିବା ଆଗରୁ ପାହାଡ଼ ଧସି ତଳକୁ ଖସିଥିଲା । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.