ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ଚିପ୍ସ : ଗୋଟିଏର ଦାମ ପ୍ରାୟ ୭୮୫ ଟଙ୍କା, ପୂରା ପ୍ୟାକେଟ ବିଷୟରେ ଉଡିଯିବ ଆପଣଙ୍କ ହୋସ୍

ଆଜିର ଦୁନିଆରେ ଆଳୁ ଚିପ୍ସ ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। କାହିଁବା ପସନ୍ଦ ହେବ ନାହିଁ ଏହାର ସ୍ବାଦ ହିଁ କିଛି ସେମିତି ଯାହାକୁ ଖାଇବା ବିନା ଲୋକେ ରହିପାରନ୍ତି ନାହିଁ। ଆଜିର ଫାଷ୍ଟଫୁଡ୍ ଦୁନିଆରେ ଯଦି ଲୋକ କେଉଁ ଜିନିଷକୁ ଅଧିକ ପସନ୍ଦ କରନ୍ତି ତାହା ହେଉଛି ଆଳୁ ଚିପ୍ସ। ସାଧାରଣତଃ ଚିପ୍ସ ପ୍ୟାକେଟର ଦାମ ପାଞ୍ଚ, ଦସ ଏବଂ କୋଡିଏ ଟଙ୍କାରେ ମିଳୁଛି। କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆର ସବୁଠାରୁ ଦାମି ଆଳୁ ଚିପ୍ସର ଦାମ କେତେ? ଯଦି ଆପଣ ଏହି ଆଳୁ ଚିପ୍ସର ଦାମ ବିଷୟରେ ଜାଣିବେ ହଠାତ୍ ବିଶ୍ବାସ କରିପାରିବେ ନାହିଁ।

ଦୁନିଆର ସବୁଠାରୁ ମହଙ୍ଗା ଆଳୁ ଚିପ୍ସ ପ୍ୟାକେଟର ଦାମ ୫୬ ଡଲାର ଅର୍ଥାତ ପ୍ରାୟ ୪୦୦୦ ଟଙ୍କା। ଏହି ଗୋଟିଏ ପ୍ୟାକରେ ପ୍ରାୟ ୫ଟି ଚିପ୍ସ ରହିଛି। ଏହି ହିସାବରେ ପ୍ରାୟ ଗୋଟିଏ ଚିପ୍ସର ମୂଲ୍ୟ ୭୮୫ ଟଙ୍କା ହୋଇଥାଏ। ଏତିକିରେ ତ ଶହ ଶହ ଚିପ୍ସ ପ୍ୟାକେଟ କିଣାଯାଇ ପାରିବ।
ଏହି ମହଙ୍ଗା ଆଳୁ ଚିପ୍ସ ସ୍ବିଡେନର ଏକ କମ୍ପାନୀ ସେଣ୍ଟ ଏରିକ୍ସ ବ୍ରୁବରୀ ପ୍ରସ୍ତୁତ କରିଛନ୍ତି।

chipsଏବେ ଆପଣ ଭାବୁଥିବେ ସାଧାରଣ ଦେଖାଯାଉଥିବା ଏହି ଚିପ୍ସରେ ଏମିତି କଣ ଅଛି ଯେ ଯାହାର ଦାମ ହଜାରରୁ ଅଧିକ। ତେବେ ଏହି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଜଣାଇ ଦେଉଛୁ।

ଏହାସହ ପଢ଼ନ୍ତୁ : ଲଦାଖରେ ରହିଛି ସଂଜୀବନୀ ଔଷଧୀୟ ବୃକ୍ଷ ‘ସୋଲୋ’, ଏହା ବିଷୟରେ ଆପଣ ଜାଣିଛନ୍ତି କି ?

ଏହି ଚିପ୍ସର ପ୍ୟାକିଂ ଏମିତି କରାଯାଇଛି ଯେ ଯେମିତି ସେ କୌଣସି ଆଳୁ ଚିପ୍ସ ନୁହେଁ ବରଂ ଦାବି ଜୁଏଲେରୀ। ଏହି ଖାସ୍ ଚିପ୍ସକୁ ଗ୍ରାହକଙ୍କ ଡିମାଣ୍ଡକୁ ନଜର ରଖି ପ୍ରସ୍ତୁତ କରାଯାଇଛି। ଏହରସହିତ ଚିପ୍ସ ଡବାରେ କମ୍ପାନୀର ଏକ ପ୍ରମାଣ ପତ୍ର ମଧ୍ୟ ରହିଥାଏ ଯାହାଦ୍ବାରା ଅସଲି ନକଲି ଜାଣିପାରିବେ।

ଖାସ୍ କିସମର ଏହି ଆଳୁ ଚିପ୍ସକୁ ବନାଇଥିବା ଏହି କମ୍ପାନୀ ଅନୁଯାୟୀ ଏଥିରେ ଯେଉଁ ସାମଗ୍ରୀର ବ୍ୟବହାର କରାଯାଇଛି, ତାହା ବହୁତ ଦୁର୍ଲଭ ଅଟେ। ଚିପ୍ସରେ ଯେଉଁ ପିଆଜର ବ୍ୟବହାର କରାଯାଇଛି ତାହା ଏକ ଖାସ୍ ପ୍ରଜାତିର ଅଟେ ଯାହା କେବଳ ଲେକସ୍ୟାଣ୍ଡ ସହରରେ ଜନ୍ମିଥାଏ।