ନୀଳଗିରି କଲେଜରେ ସିପିଆଇ ମାଓବାଦୀ ନାଁରେ ପୋଷ୍ଟର, ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଚେତାବନୀ

ନୀଳଗିରି(କେନ୍ୟୁଜ୍): ନୀଳଗିରି କଲେଜରେ ସିପିଆଇ ମାଓବାଦୀ ନାଁରେ ପୋଷ୍ଟର । ଏହି ପୋଷ୍ଟରରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଚେତାବନୀ ଦିଆଯାଇଛି । କଲେଜରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ଓ ଶିକ୍ଷକମାନେ ରାଜନୀତି ଛାଡିବା ପାଇଁ ପୋଷ୍ଟରରେ ଲେଖାଯାଇଛି । ଏହି ପୋଷ୍ଟର ମାଓବାଦୀ ମାରିଛନ୍ତି ନା କଲେଜରେ ନିର୍ବାଚନ ଆସୁଥିବାରୁ ମାଓବାଦୀଙ୍କ ନାଁରେ ଅନ୍ୟ କେହି ମାରିଛନ୍ତି, ତାହା ଜଣାପଡ଼ିନାହିଁ । କଲେଜରେ ନୀଳଗିରି ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.