ପାକିସ୍ତାନରେ ଗୀତ ଗାଇବା ମିକାଙ୍କୁ ପଡିଲା ମହଙ୍ଗା

ବଲିଉଡ଼ର ବହୁ ଚର୍ଚ୍ଚିତ ଗାୟକ ମିକା ସିଂଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ର୍ଚଚ୍ଚା ଧରିଛି । ପାକିସ୍ତାନରେ ଗୀତ ପରିବେଷଣ କରିବାକୁ ନେଇ ମିକା ସିଂଙ୍କୁ ମହଙ୍ଗା ପଡିଛି । ଏହି ଘଟଣା ପରେ ମିକା ସିଂଙ୍କୁ ଭାରତୀୟ ଫ୍ୟାନ୍ସମାନେ ସମାଲୋଚନା କରିବାରେ ପଛେଇନାହାନ୍ତିି । ସୂଚନା ଅନୁସାରେ, ମିକା ସିଂ କିଛି ଦିନ ପୂର୍ବରୁ କରାଚିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ସମ୍ପର୍କୀୟ ପରିବାରର ଏକ ବିବାହ ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କର ଏହି  ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଭାରତୀୟ ଫ୍ୟାନ ନାରାଜ ହୋଇଥିଲେ । ଏଥିପାଇଁ ମିକାଙ୍କୁ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଛି ।

ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ବହୁତ ଖରାପ ଚାଲିଛି। ଏଭଳି ପରିସ୍ଥିତିରେ ମିକା ସେଠି ଗୀତ ଗାଇବା ତାଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କ ଫ୍ୟାନ୍ସମାନେ ମିକାଙ୍କୁ ଟୁଇଟରରେ ଅନେକ ଗାଳି ମଧ୍ୟ ଦେଇଛନ୍ତି। ସୂଚନା ଅନୁସାରେ, ସେଠାରେ ମିକାଙ୍କୁ ଗୀତ ଗାଇବା ପାଇଁ ୧.୦୬କୋଟି ଟଙ୍କା ମିଳିଥିଲା ।

Leave A Reply

Your email address will not be published.