ଆମାଜନ୍ Independence Day Sale : ଇଲେକଟ୍ରୋନିକସ୍ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ମିଳୁଛି ୮୦% ଡିସକାଉଣ୍ଟ

ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରାଇବା ପାଇଁ ଇ-କମର୍ସ କମ୍ପାନୀ ଆମାଜନ ୧୫ ଅଗଷ୍ଟରେ ଇଣ୍ଡିପେଡେଣ୍ଟସ୍ ଡେ ସେଲ ଆରମ୍ଭ କରାଯାଉଛି। ଏହି ସମୟରେ କଷ୍ଟମର୍ସଙ୍କୁ ଇଲେକଟ୍ରୋନିକ ଏବଂ ଅନେକ ଜିନିଷ ଉପରେ ଭାରୀ ଡିସକାଉଣ୍ଟ ମିଳୁଛି। କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯେ ଯେଉଁମାନେ ଇଣ୍ଡିପେଡେଣ୍ଟସ ଡେ ସେଲରେ କିଣାକିଣି କରିପାରନ୍ତିନାହିଁ। ତେବେ ସେମାନଙ୍କୁ ଦୁଃଖୀ ହେବାର ଆବଶ୍ୟକତା ନାହିଁ। କାରଣ ଆମାଜନ କିଛି ଜିନିଷ ଉପରେ ଶେଷ ତାରିଖକୁ ଘୁଞ୍ଚାଇ ଦେଇଛି। ଏବେ ଏହି ତାରିଖ ବଢ଼ି ୧୮ ଅଗଷ୍ଟ ହୋଇଯାଇଛି। ଏହି ସେଲରେ ଅନେକ ଜିନିଷ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ।

ଏହି ସେଲରେ ଆପଣଙ୍କୁ ଶଟ୍ସ, ଟି-ସାର୍ଟ, ବ୍ଲେଜର ଏବଂ ଜିନ୍ସରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏହିଭଳି ଭାବେ ୱାସିଂ ମେସିନ, ଫ୍ରିଜ୍ ଏବଂ ମାଇକ୍ରୋୱେଭ ଭଳି ବଡ ଇଲେକଟ୍ରୋନିକ ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।

amazon1ଯଦି ଆପଣ ସ୍ବାସ୍ଥ୍ୟକୁ ଭଲ କରିବା ପାଇଁ ଏକ୍ସରସାଇଜ୍ ଏବଂ ଫିଟନେସ ଇକ୍ବିପମେଣ୍ଟ କିଣିବାକୁ ଚାହୁଁଛନ୍ତି ତେବେ ଏହା ଉପରେ ମଧ୍ୟ ଆପଣଙ୍କୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଯିବ। ଏହାସହିତ ଯଦି ଆପଣଙ୍କ ପାଖରେ ଏଚଏସବିସିର କ୍ୟାସବ୍ୟାକ୍ କାର୍ଡ ରହିଛି ତେବେ ୫ ପ୍ରତିଶତର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ମିଳିବ।

ଏହାସହ ପଢ଼ନ୍ତୁ : ବ୍ୟାଙ୍କ ଜମା ଉପରେ ସୁଧ ହାର କମାଇଲା SBI, ୧୭୯ ଦିନର ଡିପୋଜିଟରେ ୦.୫୦-୦.୭୫% ହ୍ରାସ

କେବଳ ଏତିକି ନୁହେଁ ୱାନ ପ୍ଲସ ପ୍ରିମିୟମ ସ୍ମାର୍ଟଫୋନକୁ ମଧ୍ୟ ଆପଣ ଏଚଡିଏଫସି ବ୍ୟାଙ୍କ୍ କାର୍ଡରୁ କିଣୁଛନ୍ତି ତେବେ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ। ସ୍ୟାନ ଡିସ୍କ, ଲେନୋଭୋ, ସୋନି ଏବଂ ତୋଷିବା ଭଳି ଟପ୍ ବ୍ରାଣ୍ଡ ଡାଟା ଷ୍ଟୋରେଜ ଡିଭାଇସ ଉପରେ ମଧ୍ୟ ଏଚଡିଏଫସି ବ୍ୟାଙ୍କ୍ କାର୍ଡରେ କିଣିଲେ ଆପଣଙ୍କୁ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ। ସେହିଭଳି ଏଚଡିଏଫସିର କ୍ୟାସବ୍ୟାକ୍ କାର୍ଡରେ କିଣାକିଣି କଲେ ୫ ପ୍ରିତଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିଯିବ। ଆମାଜନ ପି ଆଇସିଆଇସିଆଇ କ୍ରେଡିଟ୍ କାର୍ଡରେ ନୋ କଷ୍ଟ ଇଏମଆଇ ମଧ୍ୟ ଉପଲବ୍ଧ ଅଛି।

phoneଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମାଜନ ଫ୍ରିଡମ ସେଲରେ ସ୍ମାର୍ଟଫୋନ ଉପରେ ମଧ୍ୟ ରିହାତି ମିଳୁଛି। ମିଡ୍ ରେଞ୍ଜ ଫୋନ ଉପରେ ୭୫୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି। କେବଳ ସେତିକି ନୁହେଁ ଟିଭି କିଣିବାରେ ମଧ୍ୟ ୬୦% ରିହାତି ମଧ୍ୟ ଦିଆଯାଉଛି। ଏହାସହିତ ଏଥିରେ ପୁରୁଣା ଟିଭିର ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.