କେନ୍ଦ୍ର ସରକାରଙ୍କ ଲାଗି ଓଡ଼ିଶାରେ ଗହମର ଅଭାବ ଅଛି, ଏହା ଦୁଃଖଦାୟକ ଘଟଣା: ଯୋଗାଣ ମନ୍ତ୍ରୀ

କଟକ(କେନ୍ୟୁଜ୍):  ଓଡ଼ିଶାରେ ଗହମର ଅଭାବ ପରିଲକ୍ଷିତ ହୋଇଛି। ଓଡିଶାକୁ କମିଛି ଗହମ ଯୋଗାଣ। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ଦାୟୀ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ର ସରକାର ଫୁଡ଼ ସବସିଡ଼ିକୁ ବଜେଟରେ କମାଇ ଦେଇଛନ୍ତି। ଅନୁରୂପ ଭାବେ ପ୍ରୋକ୍ୟୁଅରମେଣ୍ଟ ସବସିଡ଼ିକୁ ମଧ୍ୟ କେନ୍ଦ୍ର ସରକାର କମାଇ ଦେଇଛନ୍ତି। ବର୍ଷାର ଅନିୟମିତତା ଯୋଗୁଁ ଗହମର ଉତ୍ପାଦନ ୧୧୧ ଲକ୍ଷ ମେଟ୍ରିକ ଟନ ସ୍ଥାନରେ ୧୦୫ ଲକ୍ଷ ମେଟ୍ରିକ ଟନ ରେ ସୀମିତ ରହିଛି। ଏବେ ସୁଦ୍ଧା ୯୫ ଲକ୍ଷ ମେଟ୍ରିକ ଟନ ଗହମ ଅମଳ ହୋଇ ପାରିଛି। ଉତ୍ପାଦନ କମୁ ଥିବାରୁ ଦାମ ମଧ୍ୟ ବୃଦ୍ଧି ପାଉଛି।

ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସପ୍ଲାଇ ଚେନ ବ୍ରେକ ହୋଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ। ଏହା ସହ ଜଳବାୟୁ ପରିବର୍ତ୍ତନ ଗହମ ଉତ୍ପାଦନ କମାଇଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ବଜେଟରେ ସାର ଓ ଅନ୍ୟାନ୍ୟ ଚାଷ ଉପକରଣରେ ସବସିଡ଼ି ବଢାଇବା ବଦଳରେ କମାଇଛନ୍ତି। ଏହା ଦୁଃଖଦାୟକ ଘଟଣା ବୋଲି କହିଛନ୍ତି ମନ୍ତ୍ରୀ। କେନ୍ଦ୍ର ସରକାର ଅନ୍ୟ ଦେଶକୁ ବଞ୍ଚାଇବା ପାଇଁ ଚିନ୍ତା କରନ୍ତୁ କିନ୍ତୁ ପ୍ରଥମେ ନିଜ ଦେଶବାସୀଙ୍କ କଥା ଚିନ୍ତା କରନ୍ତୁ ଓ ଦେଶର ବଜାରକୁ ନିୟନ୍ତ୍ରଣ କରିବା ଦରକାର ବୋଲି ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.