ପାରାଦୀପ ଜାହାଜରୁ ମିଳିଲା ସନ୍ଦେହଜନକ ପ୍ୟାକେଟ: ଯାଞ୍ଚ କରୁଛି ଅବକାରୀ ବିଭାଗ

ପାରାଦୀପ ଜାହାଜରୁ ମିଳିଲା ସନ୍ଦେହଜନକ ପ୍ୟାକେଟ । ଏହାକୁ ଜବତ କରି ଯାଞ୍ଚ କରୁଛି ପୋଲିସ ଏବଂ ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ । ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା MV DEBI ନାମକ ଜାହାଜରୁ ଏହି ଆଠଟି ପ୍ୟାକେଟ୍ ଜବତ ହୋଇଛି ।

ପାରାଦୀପ (କେନ୍ୟୁଜ): ପାରାଦୀପ ଜାହାଜରୁ ମିଳିଲା ସନ୍ଦେହଜନକ ପ୍ୟାକେଟ । ଏହାକୁ ଜବତ କରି ଯାଞ୍ଚ କରୁଛି ପୋଲିସ ଏବଂ ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ । ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା MV DEBI ନାମକ ଜାହାଜରୁ ଏହି ଆଠଟି ପ୍ୟାକେଟ୍ ଜବତ ହୋଇଛି । ଏସବୁକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ଜାହାଜଟି ରାତିରେ ବର୍ଥରେ ଲାଗିଥିଲା । କଷ୍ଟମ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସମୟରେ ଏହି ୮ ଟି ପ୍ୟାକେଟ ମିଳିଥିଲା।

ତେବେ ଜାହାଜର କର୍ମଚାରୀ ଏହି ପ୍ୟାକେଟକୁ କିଏ ଓ କଣ ପାଇଁ ରଖିଛି ତାହା କହି ପାରିନଥିଲେ। ପାରାଦୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲା। ଯାଞ୍ଚ ସମୟରେ ଏହି ପ୍ୟାକେଟ ଖୋଲାଯିବା ପରେ ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିଛି। ତେବେ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.