ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ,କ୍ୟାପିଟାଲ ଥାନାରେ ହୋଇଛି ଶୁଭାରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ । ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଥାନା ପରିସରରେ ସ୍ୱାଗତ ଥାନାର ଶୁଭାରମ୍ଭ ହୋଇଛି ।

commissionrte police

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟିତ କରିଛନ୍ତି । ଏଠାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରାଯିବା ସହ କୁନି କୁନି ପିଲାଙ୍କୁ ଖେଳିବାକୁ ଶିଶୁ ଆମୋଦ କକ୍ଷ ରହିଛି । ଏଠାରେ ମା’ସହ ଅଭିଯୋଗ କରିବାକୁ ଆସିଥିବା ଶିଶୁମାନେ ଖେଳକୁଦ ବି କରି ପାରିବେ । ଫାଲକୋନ ଓ କମିସନରେଟ ପୋଲିସର ମିଳିତ ସହଯୋଗରେ ସ୍ୱାଗତ ଥାନା ଖୋଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.