ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ଆସନ୍ତାକାଲି ପଡିବ ଭୋଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍):   ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ପଡିବ ଭୋଟ୍‌ । ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଇଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ପ୍ରଚାର କରିଛନ୍ତି । ୨୭୯ଟି ବୁଥ୍‌ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟଗ୍ରହଣ ପାଇଁ ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୧୨୨୮ ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ଆବଶ୍ୟକ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜ ବୁଥ୍‌ରେ ପହଞ୍ଚିଗଲେଣି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୁଥ୍‌ ଗୁଡିକରେ ୯୭୦ ଜଣ ସୁରକ୍ଷା କର୍ମଚାରୀ ଓ ୩ କମ୍ପାନୀ କେନ୍ଦ୍ରୀୟ ପୋଲିସ ଦଳଙ୍କୁ ମୁତୟନ କରାଯାଇଛି। ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ୨୭୯ ବୁଥରେ ହେବ ମତଦାନ । ସେଥିମଧ୍ୟରୁ ୬୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି । ୫୦ ପ୍ରତିଶତ ବୁଥେରେ ୱେବକାଷ୍ଟିଂ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.