ଚନ୍ଦ୍ରଶେଖରପୁର ଥାନାରେ ହାଜର ହେଲେ ଶ୍ବେତା ଉତ୍କଳ କୁମାରୀଙ୍କ ପୁରୁଷ ବନ୍ଧୁ, ୧୭ ପ୍ରଶ୍ନ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଥାନାରେ ହାଜର ହେଲେ ମୃତ ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ । ଚନ୍ଦ୍ରଶେଖରପୁର ଥାନାରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିଛନ୍ତି। ଶ୍ବେତାଙ୍କ ବାବଦରେ ତଦନ୍ତକାରୀ ଅଧିକାରୀ ଗୁଡ଼ାଇ ତୁଡାଇ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ସୌମ୍ୟଜିତଙ୍କୁ ପାଖାପାଖି ୧୭ଟି ପ୍ରଶ୍ନ ପଚାରାଯାଇଛି।  ଥାନାରେ ଅଟକ ରଖି ପଚରା ଉଚରା ପରେ ଛାଡି ଦେଇଛି ପୋଲିସ। ଆବଶ୍ୟକ ସ୍ଥଳେ ପୁଣି ଥରେ ସୌମ୍ୟଙ୍କୁ ପୋଲିସ ପୁଣିଥରେ ଡାକି  ପୋଲିସ ପଚରା ଉଚରା କରିପାରେ ବୋଲି ସୂଚନା ମିଳିଛି।  ମୃତ ଶ୍ଵେତାଙ୍କ ପରିବାର ଅଭିଯୋଗ ଆଧାରରେ ସୌମ୍ୟଙ୍କୁ ଜେରା ହୋଇଛି।

soumyajiyt

ସେପଟେ ଏହି ଘଟଣାରେ ଶ୍ବେତାଙ୍କ ମା ପ୍ରତିକ୍ରିୟାରେ କହିଛନ୍ତି  ମୋ ଝିଅ ପ୍ରତି ଅନ୍ୟାୟ ହୋଇଛି।  ସୌମ୍ୟଜିତ ମହାପାତ୍ର ହିଁ ମୋ ଝିଅ ମୃତ୍ୟୁ ପାଇଁ ଦାୟୀ। ଏହି ଘଟଣାରେ  ଉଚିତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଶ୍ଵେତାଙ୍କ ମା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.