ପଟ୍ଟାମୁଣ୍ଡାଇ: ଅଫିସ ଭିତରେ ପଶି ତହସିଲଦାରଙ୍କୁ ଚାଷୀଙ୍କ ନିସ୍ତୁକ ମାଡ଼

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ): ତହସିଲଦାରଙ୍କୁ ଚାଷୀଙ୍କ ମାଡ଼ । ତହସିଲ ଅଫିସ ପରିସରରେ ପଶି ଉତ୍ୟକ୍ତ ଚାଷୀ ତହସିଲଦାରଙ୍କୁ ମାଡ଼ ମାରିଲେ । ଚାଷ ଜମିରେ ବେଆଇନ ଇଟା ଭାଟି ତିଆରି ଚାଲିଥିବା ବେଳେ ବାରମ୍ବାର ଚାଷୀମାନେ ତହସିଲଦାରଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ଓ ଧାରଣାରେ ମଧ୍ୟ ବସିଥିଲେ । କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି

କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଫଳରେ ଉତ୍ତ୍ୟକ୍ତ ଲୋକେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠିଙ୍କୁ ମାଡ଼ ମାରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଚାଷୀମାନେ ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ପଶି ତାଙ୍କୁ ନିସ୍ତୁକ ମାରିଥିବା ଜଣାଯାଇଛି । ଖାଲି ମାଡ ମାରି ନାହାନ୍ତି ତାଙ୍କୁ ଅଫିସ ଭିତରେ ଅଟକ ବି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.