Below header

କି କଥା ଏଗୁଡା ! ପୋଲିସକୁ ମାମୁଁ ଡାକିବାରୁ ନାବାଳକକୁ ନିର୍ଦ୍ଧୁମ୍‌ ଛେଚିଲେ ASI

ସାଲେପୁର(କେନ୍ୟୁଜ୍): ନାବାଳକ ଛାତ୍ରକୁ ପୋଲିସ୍‌ର ପ୍ରବଳ ମାଡ଼। ସ୍କୁଲରୁ ଫେରୁଥିବା ନାବାଳାକ ଛାତ୍ର ପୋଲିସକୁ ମାମୁଁ କହି ଦେବାରୁ ଜଣେ ପୋଲିସ ଏଏସ୍‌ଆଇ ଛାତ୍ରକୁ ଏଭଳି ମାଡ଼ ମାରିଛନ୍ତି। ଏ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ପଣସପଡିଆ ଠାରେ।

ଆଜି ମଧ୍ୟାହ୍ନ ସମୟରେ ରଙ୍ଗମୁଣ୍ଡେଇ ଚତୁର୍ଥ ଶ୍ରେଣୀର ଛାତ୍ର ଘରକୁ ଫେରୁଥିଲେ । ନିଶ୍ଚିନ୍ତକୋଇଲି ପୋଲିସ ଭଗବାନ ସାହୁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଭ୍ୟାନ ଯୋଗେ ସେହି ରାସ୍ତା ଦେଇ ଆସୁଥିଲେ । ଏହି ସମୟରେ ଛାତ୍ର ଜଣକ ‘ମାମୁଁ’ ବୋଲି କହିବାରୁ ନିଶ୍ଚିନ୍ତକୋଇଲି ଥାନା ଏଏସ୍‌ଆଇ ଭଗବାନ ସାହୁ ରାଗି ଛାତ୍ରକୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୋଲିସ ମାଡ଼ ପ୍ରତିବାଦରେ କଟକ ଚାନ୍ଦବାଲି ରାସ୍ତାର ପଣସପଡିଆ ଠାରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ। ଟାୟାର ଜାଳି ପ୍ରତିବାଦ କରିବା ସହ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଥିଲେ । ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ଫଳରେ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.