ଗିନିଜ ବୁକ ଅଫ ଓ୍ଵାଲର୍ଡ ଲିଷ୍ଟରେ ଦୁନିଆର ସବୁଠୁ ଛୋଟ କାର, ୧ ଲିଟର ପେଟ୍ରୋଲରେ ଯାଏ ଏତିକି କିଲୋମିଟର 

କାରକୁ ନେଇ ଅନେକ ଲୋକଙ୍କ ସଉକ ରହିଥାଏ। ସେଥିପାଇଁ ଏବେ ମାର୍କେଟକୁ ବିଭିନ୍ନ ମଡେଲର କାର ଆସୁଛି। ଏହାର ଦାମ ମଧ୍ୟ ସେମିତି ରଖାଯାଉଛି ଅବା ସ୍ପେଶାଲ ସିଜିନ ରେ ଭାରି ଡିସକାଉଣ୍ଟ ଦିଆଯାଉଛି। ଆଜି କିନ୍ତୁ ଭିଡ଼ିଓରେ ଆମେ ଯେଉଁ କାର ଦେଖାଇବୁ ତାହା ରହିଛି ସମ୍ପୂର୍ଣ୍ଣ ଅଲଗା। ଏହାର ଡିଜାଇନ ହେଉ ଅବା ଦାମ । ସବୁକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଯେଉଁ ବ୍ୟକ୍ତି ଜଣକ ଏହି କାରକୁ ଚଲାଉଛନ୍ତି ତାଙ୍କ କହିବା ଅନୁଯାୟୀ ଯିଏ ବି ଏହି କାରକୁ ଦେଖୁଛନ୍ତି ସେମାନେ ବିଶ୍ୱାସ କରିପାରୁନାହାଁନ୍ତି। କିନ୍ତୁ ପ୍ରକୃତରେ ଏହା ଏକ ଜବରଦସ୍ତ କାର। ଯେଉଁଥିରେ ପେଟ୍ରୋଲର ବ୍ୟବହାର ଅନ୍ୟ ଗାଡ଼ି ତୁଳନାରେ କମ ହୁଏ। ଏହି କାରର ନାମ ରହିଛି Peel P50। ଯାହା ମାତ୍ର ୧୩୪ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା, ୮୯ ସେଣ୍ଟିମିଟର ଚଉଡ଼ା। ଏହାର ହାଇଟ ମଧ୍ୟ ୧ ୦୦ ସେଣ୍ଟିମିଟର ରହିଛି। ଏହି ଅନୋଖା କାରକୁ ତିଆରି କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଏଲେକ୍ସ ଅର୍ଚିନ।

ବ୍ରିଟେନର ସସେକ୍ସ ଏରିଆରେ ଏହି କାରକୁ ପ୍ରାୟତଃ ସମସ୍ତେ ବ୍ୟବହାର କରୁଛନ୍ତି। ତେବେ ଗାଡ଼ି ନିର୍ମାତାଙ୍କ ଉଚ୍ଚତା ୬ ଫୁଟ ହୋଇଥିବା ବେଳେ ଏତେ ଛୋଟ କାରରେ ବସିବା ତାଙ୍କ ପାଇଁ ଅସୁ ବିଧା ହୋଇଥାଏ। ତେଣୁ ତାଙ୍କର ଏହି ଇନୋଭେଟିଭ ଆଇଡିଆକୁ ନେଇ ଅନେକ ଜଣ ଥଟ୍ଟାପରିହାସ କରନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ ନିର୍ମାତା ଏଲେକ୍ସ ଙ୍କ କହିବା ଅନୁଯାୟୀ ସେ ନିଜ ଗାଡ଼ିର ମାଇଲେଜକୁ ନେଇ ବହୁତ ଖୁସି ଅଛନ୍ତି।

କାରରେ ୪.୫ ହର୍ସପାଓ୍ଵାର ଇଞ୍ଜିନଠୁ ଲେସ୍‌ ଏବଂ ଏକ ଲିଟର ପେଟ୍ରୋଲ ଏହା ୪୨ କିଲୋମିଟର ପର୍ଯ୍ୟନ୍ତ ଏହା ଯାଇଥାଏ। ପୀଲ ଇଞ୍ଜିନିୟରିଂ ନାମକ କମ୍ପାନୀ ଏହି କାରକୁ ତିଆରି କରିଛି। ଏହାକୁ ସର୍ବପ୍ରଥମେ ୧୯୬୨ ରୁ ୧୯ ୬୫ ମସିହା ମଧ୍ୟରେ ତଆରି କରାଯାଇଥିଲା। କିନ୍ତୁ ୨୦୧୦ ପରେ ଏହାର ପ୍ରଡକ୍ସନ ପୁଣିଥରେ ଆରମ୍ଭ ହୋଇଥିଲା।

ଏମିତିରେ ୨୦୧୦ରେ ଏହି କାର ଗିନିଜ ବୁକ ଅଫ ଓ୍ଵାଲର୍ଡ ରେକର୍ଡସରେ ସ୍ଥାନିତ କରାଯାଇଥିଲା। ଏହା ଦୁନିଆର ସବୁଠାରୁ ଛୋଟ କାର ଭାବେ ଟାଇଟେଲ ମଧ୍ୟ ହାସଲ କରିଥିଲା। ତେବେ ସାଇଜରେ ଛୋଟ ହୋଇଥିଲେ ମଧ୍ୟ ଏହାର ଦାମ କିନ୍ତୁ ଅଧିକ ରହିଛି। ନିର୍ମାତାଙ୍କ କହିବା ଅନୁଯାୟୀ ଏହାର ଦାମ ୮୪ ଲକ୍ଷରୁ ମଧ୍ୟ ଅଧିକ। ଏହାର ମାକ୍ସିମକ ସ୍ପିଡ ହେଉଛି ଘଣ୍ଟାକୁ ୩୭ କିଲୋମିଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.