Below header

ତାଳଚେର ସାର କାରଖାନା ପୁନରୁଦ୍ଧାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି, ସୁରକ୍ଷା କଡ଼ାକଡ଼ି

ସରିଛି ପ୍ରସ୍ତୁତି । ନୂଆ ଜୀବନ ପାଇବ ତାଳଚେର ସାର କାରଖାନା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଅପେକ୍ଷା । ତାଙ୍କୁ ସ୍ୱାଗତ କରିବା ପାଇଁ ତାଳଚେର ସହର ସାରା ଲାଗିଛି ହୋର୍ଡିଂ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା। ୨୦୨୨ ସୁଦ୍ଧା ପ୍ଲାଣ୍ଟ କାମ ହେବ ନେଇ ଲକ୍ଷ୍ୟ ରହିଛି ।

୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ବନ୍ଦ ହୋଇପଡ଼ିରହିଥିଲା ତାଳଚେର ସାର କାରଖାନା । ୨୦୦୭ ଏପ୍ରିଲରେ ତତ୍କାଳୀନ ୟୁପିଏ ସରକାର ଏହାକୁ କାର‌୍ୟ୍ୟକ୍ଷମ କରିବାକୁ ଅନୁମତି ଦେଇଥିଲେ । ୨୦୧୩ ସେପ୍ଟେମ୍ବର ୫ରେ ତତ୍କାଳୀନ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପେଟ୍ରୋଲିୟମ ମନ୍ତ୍ରୀ ଓ କୋଇଲା ମନ୍ତ୍ରୀଙ୍କ ଉପସ୍ଥିତିରେ କୋଲ ଇଣ୍ଡିଆ, ଗେଲ ଓ ଆରସିଏଫଙ୍କ ମଧ୍ୟରେ ସାରକାରଖାନା ପୁନଉଦ୍ଧାର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ତିନି ବର୍ଷ ମଧ୍ୟରେ ଏହା କାର‌୍ୟ୍ୟକ୍ଷମ ହୋଇପାରିନଥିଲା । ପରେ ୨୦୧୪ ଡିିସେମ୍ବର ୨୪ରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ଏବଂ ସାର ଓ ରାସାୟନ ମନ୍ତ୍ରୀଙ୍କ ଉପସ୍ଥିତିରେ ତାଳଚେର ସାର କାରଖାନା ପୁନଃ ଉଦ୍ଧାର ପୁଣି ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର । ସାରକାରଖାନା ବନ୍ଦ ହେବା ଦ୍ୱାରା ୧୫ହଜାର ଶ୍ରମିକ ରୋଜଗାର ହରାଇଥିଲେ । ଏବେ ସେମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେଡି ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଥମେ ତାଳଚେରରେ ଆସି ପହଞ୍ଚିବେ । ସାର କାରଖାନ ଭିତ୍ତିପ୍ରସ୍ଥର ସ୍ଥାପନ କରି ସାଧାରଣ ସଭାରେ ଉଦବୋଧନ ଦେବା ପରେ ସେଠାରୁ ଝାରସୁଗୁ଼ଡ଼ା ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳ ୮ଟା ୪୫ ମିନିଟ୍‌ରେ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଯିବେ ତାଳଚେର । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ କୌଣସି କାଯ୍ୟର୍କ୍ରମ ନାହିଁ । ତଥାପି ଜରୁରୀକାଳିନ ବ୍ୟବସ୍ଥା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ବ୍ଲୁ-ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରଠାରୁ ରାଜଭବନ ପର‌୍ୟ୍ୟନ୍ତ କାରକେଡ୍‌ ରିହରସାଲ୍‌ କରିଛି କମିଶନରେଟ ପୋଲିସ । ମୁତୟନ ରହିବେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ୪୫ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ବିମାନବନ୍ଦର ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.