ତାଳଚେର ଏମସିଏଲ କୋଇଲା ଖଣି ଧସିବା ଘଟଣା,ଏବେ ବି ମାଟି ତଳେ ରହିଛି ଜଣଙ୍କ ମୃତଦେହ

ତାଳଚେର ଏମସିଏଲ କୋଇଲା ଖଣି ଧସିବା ଘଟଣାକୁ ପାଞ୍ଚ ଦିନ ବିତିଲାଣି । ତଥାପି ସରୁନି ଉଦ୍ଧାର ଅଭିଯାନ। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏବେ ବି ମାଟି ତଳେ ଜଣଙ୍କ ମୃତଦେହ ରହିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଅଭିଯାନ। ସେପଟେ କୋଇଲା ଖଣି ଧସିବା ଘଟଣାରେ କାର୍ଯ୍ୟlନୁଷ୍ଠାନ ନେଇଛି ଏମସିଏଲ୍‌। ଭରତପୁର କୋଇଲା ଖଣି ମ୍ୟାନେଜର ବି.କେ ସିଂହଙ୍କୁ ନିଲମ୍ବିତ କରିଛନ୍ତି ଗଉଖର ଉଗଊ। ଅନ୍ୟପଟେ ତାଳଚେରରେ ଥିବା ସମସ୍ତ ୧୦ଟି ଖଣିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ ଖଣି ବନ୍ଦ କରି ଦିଆଯାଇଛି । ଫଳରେ ତିନି ଦିନ ହେବ କୋଇଲା ପରିବହନ ଓ ଉତ୍ତୋଳନ ବନ୍ଦ ରହିଛି । ଗତ ବୁଧବାର ତାଳଚେର ସ୍ଥିତ ଭରତପୁର କୋଇଲା ଖଣି ଭିତରେ ୧୩ ଜଣ ଶ୍ରମିକ କାମ କରୁଥିଲେ । ଡମ୍ପିଂ ୟାର୍ଡ କାନ୍ଥ ଭୁଶୁଡ଼ି ପଡିବାରୁ କୋଇଲା ଖଣିରେ ଦୁର୍ଘଟଣା ହୋଇଥିଲା । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଚାପି ହୋଇଥିଲେ । ଏହାରି ଭିତରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.