ସାହସୀ ସ୍ତ୍ରୀ ‘ଯମରାଜ’ଙ୍କୁ ହରାଇଦେଲେ, ୫୦ ଫୁଟ ତଳକୁ ଆଗ୍ନେୟଗିରିରେ ଖସିପଡ଼ିଥିବା ସ୍ୱାମୀକୁ କଲେ ଉଦ୍ଧାର

ବାହାଘରକୁ ମାତ୍ର ଦିନ କେଇଟା ହୋଇଥିଲା। ଉତ୍ତର ଆମେରିକାର କ୍ଲେ ଚେଷ୍ଟନ୍, ସ୍ତ୍ରୀ ଏକମୀଙ୍କ ସହିତ ହନିମୁନ୍ କରିବାକୁ କାରବିୟାନ୍ ଆଇଲ୍ୟାଣ୍ଡ ଯାଇଥିଲେ। ମାତ୍ର ସେଠାରେ ହନିମୁନ୍ ସମୟରେ ସେମାନଙ୍କ ସହିତ ଘଟିଥିଲା ଏକ ଦୁର୍ଘଟଣା, ଯାହାକି ଉଭୟଙ୍କୁ ଚିରଦିନ ସ୍ମରଣୀୟ ରଖିଥିବ।

ଘଟଣାଟି ଏହିପରି
ସେଦିନ ଥିଲା ଜୁଲାଇ ୧୮ ତାରିଖ। ହନିମୁନ୍ ସମୟରେ ସ୍ବାମୀ, ସ୍ତ୍ରୀ ଉଭୟ ୩୭୦୦ ଫୁଟ ଉଚ୍ଚତାକୁ ଚଢ଼ି ଲିୟାମୁଇଗା ପର୍ବତରେ ଯାଇ ପହଞ୍ଚିଥିଲେ। ସେଠାରେ କ୍ଲେ ଅସାବଧାନତା ବଶତଃ ୫୦ ଫୁଟ ତଳକୁ ଏକ ସୁପ୍ତ ଆଗ୍ନେୟଗିରିରେ ଖସି ପଡ଼ିଥିଲେ। ଏହାପରେ ଏକମୀ ଦମ୍ଭ ଦେଖାଇ ସ୍ବାମୀଙ୍କ ହାତ ଭିଡ଼ି ମୁତ୍ୟୁମୁଖରୁ ବଞ୍ଚାଇଥିଲେ।

ଏହାସହ ପଢ଼ନ୍ତୁ: ସମୁଦ୍ର ଗର୍ଭରୁ ଠାବ ହେଲା ୧୨୦୦ ବର୍ଷ ତଳର ପ୍ରାଚୀନ ରହସ୍ୟମୟୀ ମନ୍ଦିର, ହୀରାନୀଳାରେ ଭର୍ତ୍ତି ଡଙ୍ଗା ବି ମିଳିଲା

wife wife

ଏକମୀ କେବଳ ଯେ ସ୍ବାମୀଙ୍କୁ ସୁପ୍ତ ଜ୍ବାଳାମୁଖିରୁ ଉଦ୍ଧାର କରିଥିଲେ ତା’ ନୁହେଁ, ବରଂ ତାଙ୍କୁ ଆଘାତ ଅବସ୍ଥାରେ ୩.୨ କିମି ଦୂରରେ ଥିବା ବେସ୍ ଲାଇନକୁ ନେଇଯାଇଥିଲେ। ସେଠାରୁ ପ୍ରଥମେ ଫୋର୍ଟ ଲାଁଣ୍ଡରଡେଲ ଏବଂ ପରେ ୨୦ ଲକ୍ଷ ଟଙ୍କାରେ ମେଡିକାଲ ଚାର୍ଟାର୍ଡ ପ୍ଲେନ୍ ବୁକ୍ କରି ଫ୍ଲୋରିଡା ନେଇଗଲେ। ଏଠାରେ ଚିକିତ୍ସିତ ହେବା ପରେ ଚେଷ୍ଟନ୍ ଏବେ ବିପଦମୁକ୍ତ ଅଛନ୍ତି। ଚେଷ୍ଟନଙ୍କ କହିବାନୁଯାୟୀ, ‘ଆମେ ପାହାଡ଼ ଉପରେ ଥିଲୁ। ସେହି ସମୟରେ ଆଗ୍ନେୟଗିରି ନିକଟରେ ଥିବା ସବୁଜ ବନାନୀ ମୋତେ ଆକର୍ଷିତ କରିଥିଲା। ଯଦିଓ ମୋତେ ଗଭୀରତାକୁ ଡର ଲାଗୁଥିଲା, ତଥାପି ମୁଁ ମୋ ନିଜକୁ ରୋକିପାରି ନ ଥିଲି ଏବଂ ତଳକୁ ଓହ୍ଲାଇଥିଲି। ସାମାନ୍ୟ ଗଡ଼ାଣିଆ ଯୋଗୁ ମୋ ଗୋଡ଼ ଖସିଗଲା। ଏକ ପଥର ଭଳି ମୁଁ ଗଡ଼ି ଗଡ଼ି ଚଟାଣରେ ଯାଇ ପିଟିହୋଇଗଲି।’

vol vol

ଏକମୀ କହିଛନ୍ତି, ‘ମୁଣ୍ଡରେ ଆଘାତ ଲାଗିବାରୁ କ୍ଲେ ଜୋରରେ ପାଟି କରିଥିଲେ। କିନ୍ତୁ ସେଠାରେ ମୋ ଛଡ଼ା ଆଉ କେହି ନ ଥିଲେ। ନା ମୋବାଇଲ ସେବା ଥିଲା, ନା ଆଉ କିଛି ସୁବିଧା। ମୋତେ ହିଁ କ୍ଲେଙ୍କର ସାହାରା ବନି ତାଙ୍କୁ ବେସ୍ ପର‌୍ୟ୍ୟନ୍ତ ଆଣିବାକୁ ପଡ଼ିଥିଲା। ଆମେ ୩ ଘଣ୍ଟା ଭିତରେ ସେଠାରେ ପହଞ୍ଚିଯାଇଥିଲୁ।’ ତେବେ ଡାକ୍ତରଙ୍କ କହିବାନୁଯାୟୀ, ଚେଷ୍ଟନଙ୍କ ମୁଣ୍ଡ, ନାକ ଏବଂ ବେକରେ ଆଘାତ ଲାଗିଛି। କପାଳରେ ଗୁରୁତର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଛି। କିନ୍ତୁ ତାଙ୍କର କୌଣସି ହାଡ଼ ଭାଙ୍ଗିନାହିଁ। ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.