ମାଲକାନଗିରିରେ ୩ ଦିନି ହେଲା ଲଗାଣ ବର୍ଷା, ପୋଲ ଉପରେ ୩ଫୁଟର ପାଣି ଯାତାୟାତ ଠପ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଜିଲ୍ଲାରେ ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁର କୋଣ୍ଡା ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ଚାଲିଛି । ଫଳରେ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ସେପଟେ କାଲିମେଳା କନ୍ୟାଶ୍ରମ ପୋଲର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଜିଲ୍ଲାରେ ୪ ଦିନ ହେଲା ଲଗାଣ ବର୍ଷା ହେଉଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.