ଅକ୍ଚୋବର ୧ରୁ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ, ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ

ଅକ୍ଚୋବର ୧ରୁ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ପ୍ରଥମେ ଡାକ୍ତରଖାନାର କ୍ଲିନିକାଲ ୟୁନିଟ କାର୍ଯ୍ୟ କରିବ। ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ପାଠପଢା। ତାଳଚେର ମେଡିକାଲ କଲେଜ ଖୋଲିବା ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

୨୦୧୮ରୁ ତାଳଚେର ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଏହା କାର୍ଯ୍ୟ ଆରମ୍ଭ କରିପାରିନାହିଁ। ଏନେଇ ତାଳଚେରର ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଂଗଠନ ବହୁ ସମୟରେ ଆନ୍ଦୋଳନ କରିଆସିଥିଲେ।

ଏଥିରେ କୌଣସି ସୁଫଳ ନମିଳିବାରୁ ଅନୁଗୋଳର ଆଇନଜୀବୀ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଆସନ୍ତା ଅକ୍ଟୋବର ପହିଲାଠାରୁ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.