Below header

ଶିମିଳିପାଳ ପାଦ ଦେଶରେ ଅଭିଶପ୍ତ ଜୀବନ କାଟୁଛନ୍ତି ଟମକଶିଳା ଗ୍ରାମବାସୀ, ମୋବାଇଲ୍ ସେବା ତ ଦୂରର କଥା ମୌଳିକ ସେବା ପାଇବା ଏମାନଙ୍କ ପାଇଁ ସାତ ସପନ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ, ଯାହା ସାରା ଦେଶରେ ବେଶ୍ ସୁନାମ ଅର୍ଜନ କରିଛି । କିନ୍ତୁ ଶିମିଳିପାଳ ପାଦ ଦେଶରେ ଏମିତି ଗାଁ ରହିଛି ଯେଉଁ ଗାଁର ଲୋକମାନେ କାଟୁଛନ୍ତି ଅଭିଶପ୍ତ ଜୀବନ । ଏହି ଗାଁରେ ମୋବାଇଲରେ କଥା ହେବା ତ ଦୂରର କଥା ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଅନେକ ସରକାରୀ ଯୋଜନା ପହଁଚିବା ସାତ ସପନ ।

villageମୟୁରଭଞ୍ଜ ଜିଲ୍ଲାର ଜଶୀପୁର ବ୍ଳକର ଧଳାବଣୀ ପଂଚୟତର ଟମକଶିଳା ଗାଁରେ ରହୁଛନ୍ତି ୧୭ଟି ପରିବାରର ପାଖାପାଖି ୧୫୫ ଜଣ ଲୋକେ। ଦୀର୍ଘ ସମୟ ଧରି ଏମାନେ ରହୁଥିଲେ ମଧ୍ୟ ମୌଳିକ ଅଧିକାର ପାଇବାରୁ ବଞ୍ଚିତ। ବିଶେଷ କରି ନଳକୂପ ନଥିବାରୁ ନଦୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଅନେକ ପରିବାର ରହୁଥିଲେ ମଧ୍ୟ ଗୋଟିଏ ହେଲେ ବି ଛାତ ଘର ନାହଁ । ଇନ୍ଦିରା ଆବାସ ଯୋଜନାରେ କିମ୍ବା ବିଜୁ ପକ୍କା ଯୋଜନା ମିଳିପାରିନି ଏମାନଙ୍କୁ । ଏବେ ବି ଅଧିକାଂଶ ଲୋକେ ଘର ଉପରେ ପଲିଥିନ ଘୋଡେଇ ରହୁଛନ୍ତି । କିଛି ଘର ଭାଙ୍ଗି ଆଁ କଲାଣି ।

houseଅନ୍ଯପଟେ, ନଦୀ ପାଣି ପିଉଥିବାରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋଗ ହେଉଥିବାର ଦେଖାଯାଏ । ଏମାନଙ୍କ ମୁଖ୍ୟ ସମସ୍ୟା ହେଉଛି ଗାଁଦେଇ ଯାଇଥିବା ଖଇରୀ ନଦୀ ଉପରେ ପୋଲ ନାହିଁ । ଅନେକ ସମୟରେ ଦେହ ଖରାପ ହେଲେ ରୋଗୀକୁ ନଦୀ ପାର କରି ନେବା ଅନେକ କଷ୍ଟ ଦାୟକ ହେଇଥାଏ । ଆଉ ବର୍ଷା ଦିନେ ଦେହ ଖରାପ ହେଲେ ଭଗବାନ ହିଁ ଭରଷା ।

villagersଏଠିକାର ଲେକମାନେ ମୌଳିକ ଅଧିକାର ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି । ଏମିତି କି ଭଙ୍ଗା ଘରେ ଏଠିକାର ଲୋକମାନେ ଦୀର୍ଘ ଦିନ ରହୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ଗୁରୁତ୍ୱ ଦେଉନାହଁ । ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ଏଠାରେ ବାସ୍ତବ ଚିତ୍ର ଅଲଗା । ତେଣୁ ଆଗାମୀ ଦିନରେ ଯଦି ଏଠାକାର ଲୋକମାନଙ୍କର ମୌଳିକ ଅଧିକାର ଗୁଡ଼ିକ ସରକାର ପୂରଣ ନକଲେ ଭୋଟ ଦେବୁନାହିଁ ବୋଲି କହିଛନ୍ତି ଟମକଶିଳା ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.