ମହଙ୍ଗା ହେଲା ରୋଷେଇ ତେଲ ! ସୋରିଷ ବନସ୍ପତି ଭଳି ଖାଦ୍ୟ ତେଲ ବଢ଼ିଲା ୩୦ ପ୍ରତିଶତ

ଖାଦ୍ୟ ତେଲର ଦାମ୍‌ ଲଗାତର ବଢ଼ିବାରେ ଲାଗିଛି। ସବୁ ପ୍ରକାର ଖାଦ୍ୟ ତେଲ ଯଥା ବାଦାମ, ସୋରିଷ, ବନସ୍ପତି, ସୋୟାବିନ, ସୂର୍ଯ୍ୟମୁଖୀ ତେଲର ଦାମ ଲଗାତର ବଢ଼ି ଚାଲିଛି। ଏହାବ୍ୟତୀତ ପାମୋଲିନ୍‌, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଦାମ ୨୦ ରୁ ୩୦ ପ୍ରତିଶତ ମହଙ୍ଗା ହୋଇଛି। ଖାଦ୍ୟ ତେଲର ବର୍ଦ୍ଧିତ ଦାମ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଏହାର ଦାମକୁ କମ୍‌ କରିବାର ଉପାୟ ଖୋଜୁଛନ୍ତି ସରକାର।

ପିଆଜର ବଢ଼ୁଥିବା ଦାମକୁ କମ୍‌ କରିବା ପାଇଁ ଚେଷ୍ଟା ଜାରି ରହିଛି। ପ୍ରାୟ ୩୦,୦୦୦ ଟନ ପିଆଜର ଦାମ କମ୍‌ ହୋଇଯାଇଛି ଏବଂ ଆଳୁ ଦାମ୍‌ ସ୍ଥିର ରହିଛି। କିନ୍ତୁ ଖାଦ୍ୟ ତେଲର ଦାମ ଲଗାତର ବଢ଼ି ବଢ଼ି ଚାଲିଛି। ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ହୋଇଛି।

oillତେବେ ମୂଲ୍ୟ ଆକଳନରେ ଯାହା ଜଣାପଡିଛି ସୋରିଷ ତେଲର ଦାମ ଗତ ଗୁରୁବାର ୧୨୦ ଟଙ୍କା ପ୍ରତିଲିଟର ଥିଲା, ଯାହା ଗତ ବର୍ଷ ୧୦୦ ଟଙ୍କା ପ୍ରତି ଲିଟର ଥିଲା। ସେହିପରି ବନସ୍ପତି ତେଲର ଦାମ ଗୋଟେ ବର୍ଷ ପୂର୍ବରୁ ୭୫.୨୫ ଥିଲା ଯାହା ଏବେ ବଢ଼ି ୧୦୨.୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି। ସୋୟାବିନ ତେଲ ମୂଲ୍ୟ ୧୧୦ ଟଙ୍କା ପ୍ରତି ଲିଟର ଦରରେ ବ୍ରିକି କରାଯାଉଥିଲା, ଯାହା ୧୮ ଅକ୍ଟୋବର ୨୦୧୯ରେ ୯୦ ଟଙ୍କା ଥିଲା।

ତେବେ ସରକାର ଯଦି ଏହି ତୈଳ ଦର ବୃଦ୍ଧି ଉପରେ ଗୁରୁତ୍ୱ ନଦିଅନ୍ତି, ତାହେଲେ ଆଗାମୀ ଦିନରେ ଏହା ବହୁତ ଅଧିକ ମହଙ୍ଗା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.